ନିର୍ବାହୀ ଅଧିକାରୀ ବିରୋଧରେ ଜିଲ୍ଲାପାଳଙ୍କୁ ଫେରାଦ

ନିର୍ବାହୀ ଅଧିକାରୀ ବିରୋଧରେ ଜିଲ୍ଲାପାଳଙ୍କୁ ଫେରାଦ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନମୁଖୀ କାର୍ଯ୍ୟ ଓ ପୌରପରିଷଦର ନିର୍ବାଚିତ ପ୍ରତିନିଧି ମାନଙ୍କୁ ହେୟଜ୍ଞାନ କରୁଥିବା ଅଭିଯୋଗ କରି ଆଜି ତାଳଚେର ପୌରପାଳିକାର କାଉନସିଲର ଓ ପୌରାଧ୍ୟକ୍ଷ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୌରାଧ୍ୟକ୍ଷ ପବିତ୍ର ଭିତିଆ ସମେତ ଶଶକ ବିଜେଡ଼ି ଦଳର ସମସ୍ତ ୧୮ ଜଣ କାଉନସିଲର ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ଭେଟି ଏଭଳି ଅଭିଯୋଗ କରିବା ସହ ୧୧ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଯେ  ବର୍ତ୍ତମାନର ନିର୍ବାହୀ ଅଧିକାରିଣୀ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ଓ ପୌରପରିଷଦର ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଅସମ୍ମାନ କରିବା ଓ ହେୟଜ୍ଞାନ କରୁଛନ୍ତି ନିର୍ବାଚନ ର ୨ୟ ବୈଠକରେ ସମସ୍ତ ଉପସ୍ଥିତ ଥିବା ଜନପ୍ରତିନିଧି ଓ ନଗରପାଳ ଏବଂ ସାଂସଦଙ୍କ ପ୍ରତିନିଧି ଉପସ୍ଥିତରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ପରେ ଅଲୋଚନାକୁ ଅଗ୍ରଗତି କରିବାପାଇଁ ଅନୁରୋଧ କରାଯାଇଥିଲା । ଏହି ସମୟରେ ଜଣେ କାଉନସିଲର ପରିମଳ ବ୍ୟବସ୍ଥା ଓ ପୌରପରିଷଦର କାର୍ଯ୍ୟ ଉପରେ ପ୍ରଶ୍ନ କରିବା ଦ୍ଵାରା ନିର୍ବାହୀ ଅଧିକାରୀ ଉତକ୍ଷିପ୍ତ ହୋଇ ତୁମମାନଙ୍କର ଏ ସବୁ ପ୍ରଶ୍ନ କରିବାର ଅଧିକାର ନାହିଁ କିମ୍ବା ତୁମେ ମାନେ ଅଫିସର କୌଣସି କାର୍ଯ୍ୟ ଉପରେ ପ୍ରଶ୍ନ କରିପାରିବ ନାହିଁ ବୋଲି କହିଥିଲେ ଏଥିପାଇଁ ତେଣୁ ଊକ୍ତ ବୈଠକକୁ ସେମାନେ ବର୍ଜନ କରିଥିଲେ ଏଷ୍ଟାବ୍ଲିସମେଣ୍ଟ୍ ଏବଂ ଆକାଉଣ୍ଟ୍ ଉପରେ କୌଣସି କାର୍ଯ୍ୟରେ ପୌରାଧ୍ୟକ୍ଷଙ୍କ ଜାଣିବାର ଅଧିକାର ନାହିଁ ବୋଲି ମଧ୍ୟ ନିର୍ବାହୀ ଅଧିକାରିଣୀ କହିଥିଲେ  ଯାହାକି ଆଇନ ବିରୋଧୀ ବୋଲି ପୌରଧ୍ୟକ୍ଷ ଓ କାଉନସିଲର ମାନେ କହିବା ସହ ନିର୍ବାଚନର ୫ ମାସ ବିତିଯାଇଥିଲେ ସୁଦ୍ଧା ତାଳଚେର ପୌରପରିଷଦର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ଯାହା ଫଳରେ ସହରରେ ମଶା ବଂଶ ବୃଦ୍ଧି ପାଇଛି । ଏହା ସହ ରାସ୍ତାର ଉନ୍ନତିକରଣ ଓ ସହର ବାସୀଙ୍କ ପାଇଁ ଉଦ୍ଦିଷ୍ଟ ମୌଳିକ ସେବା ଉପରେ ଗୁରୁତ୍ବ ଦିଆଯାଉନାହିଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ପୌରାଧ୍ୟକ୍ଷଙ୍କଙ୍କ ଦ୍ଵାରା ଅନୁମୋଦନ କରା ଯାଉଥିବା ଟେଣ୍ଡର ଗୁଡିକୁ ବାତିଲ କରାଯାଇ ନଗରପାଳକ ଅଜ୍ଞାତରେ ଟେଣ୍ଡର କରା ଯାଉଛି  ଏହା ସହ ମୁକ୍ତା ଯୋଜନାରେ ହୋଇଥିବା ମହା ଦୁର୍ନୀତିର ତଦନ୍ତ ମଧ୍ୟ ଦାବି କରା ଯାଇଛି । ଜଣେ ଠିକାଦାର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ସଦାସର୍ବଦା ଉପସ୍ଥିତ ରହୁଥିବାରୁ ବିଭିନ୍ନ ସମସ୍ୟା ନେଇ ସାଧାରଣ ଲୋକ କିମ୍ବା ନିର୍ବାଚିତ ପ୍ରତିନିଧିମାନ ଅଧିକାରିଣୀଙ୍କ ପାଖରେ ନିଜର ସମସ୍ୟା ସମ୍ପର୍କରେ ଜଣାଇ ପାରୁନାହାନ୍ତି । ପୌରପରିଷଦର ଆଇନ ଅନୁଯାଇ ସର୍ବ ସମ୍ମତି କ୍ରମେ ବୈଠକରେ ପାରିତ ହୋଇଥିବା କାର୍ଯ୍ୟକୁ କରା ନ ଯାଇ ନିର୍ଦିଷ୍ଟ ଜଣେ ଠିକାଦାରଙ୍କ ପ୍ରରୋଚନାରେ କାର୍ଯ୍ୟ କରାଯାଉଅଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି  । ଓଡିଶା ସରକାରଙ୍କର ବୟନିକା ହସ୍ତତନ୍ତ ଶିଳ୍ପ ଉଦଘାଟନ ଉତ୍ସବରେ ବିଧାୟକ , ସାଂସଦ ନଗରପାଳ କିମ୍ବା କାଉନସିଲରଙ୍କୁ ଅବଗତ କରାନଯାଇ ଜଣେ ବିଜେପି ଠିକାଦାରଙ୍କୁ ନେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରାଗଲା ବୋଲି କୁଆନ୍ସିଲର ଓ ପୌରାଧ୍ୟକ୍ଷ ଅଭିଯୋଗ ଆଣିବା ସହ ସରକାରଙ୍କର ଗରିବ ଅସହାୟ , ବିଧବା , ବାର୍ଦ୍ଧକ୍ୟ ଭତ୍ତା ଦୀର୍ଘ ୫ ମାସ ହେଲା ସଠିକ ଭାବେ ପ୍ରଦାନ କରାଯାଇ ନାହିଁ ବୋଲି ମଧ୍ୟ ଅଭିଯୋଗ ଆଣି ଜିଲ୍ଲାପାଳଙ୍କୁ ଫେରାଦ ଦିଆ ଯାଇଛି ମୁଖ୍ୟତଃ ନବ ନିର୍ବାଚିତ ପୌରାଧ୍ୟକ୍ଷ ଓ ପ୍ରତିନିଧି ମାନଙ୍କୁ ଅନ୍ଧାରରେ ରଖି ଅନେକ ଅର୍ଥନୈତିକ ଦୂରୁପଯୋଗ କରା ଯାଉଅଛି ବୋଲି ଅଭିଯୋଗ କରି ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି

What’s your Reaction?
+1
2
+1
1
+1
0
+1
0
+1
4
+1
2
+1
1

Leave a Reply