ସ୍ୱାସ୍ଥ୍ୟ ୧୦ ଦିନ ଧରି ହେବ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର Angul OnlineSeptember 16, 2022September 16, 2022 ଅନୁଗୁଳ – ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ , ଅନଗୁଳ ଶାଖା ଓ ଜୟପ୍ରକାଶ ହସ୍ପିଟାଲ ଏଣ୍ଡ ରିସର୍ଚ୍ଚ ସେଣ୍ଟର ପ୍ରାଇଭେଟ ଲିମିଟେଡ଼ , ରାଉରକେଲା ମିଳିତ ଭାବରେ ସହଯୋଗୀ ସଂସ୍ଥା ପୌରପାଳିକା ଅନୁଗୁଳ ଓ ଓଡିଶା ମୋ ପରିବାର , ଅନଗୁଳ ଶାଖାଙ୍କ ସହଯୋଗ ରେ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷଣ ଓ ଚଷମା ବିତରଣ ଶିବିର ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଯାଉଛି । ଆସନ୍ତା ତା୨୦ / ୦୯ / ୨୨ ରିଖ ଠାରୁ ତା ୨୯ / ୦୯ / ୨୨ ପର୍ଯ୍ୟନ୍ତ ଏହି ଶିବିର ଆୟୋଜନ କରାଯିବ । ଏଥିରେ ଆବଶ୍ୟକ ପଡୁଥିବା ଚକ୍ଷୁ ରୋଗୀଙ୍କର ମୋତିଆବିନ୍ଦ ଅସ୍ତ୍ରୋପଚାରର ସୁବିଧା କରାଯିବ । ୨୦ ଓ ୨୧ ଓ ୨୨ ତାରିଖ ସହରର ମଦନମୋହନପଡାସ୍ଥିତ ଟାଉନ ହଲ , ୨୩ ତାରିଖ କରତପଟା , ୨୪ ତାରିଖ ଜଗନ୍ନାଥପୁର ୨୫ ତାରିଖ ପଞ୍ଚ ମହଲାସ୍ଥିତ ଗୋଶାଲା , ୨୬ ତାରିଖ ବାଗେଡିଆ ,୨୭ ତାରିଖ ଛେଣ୍ଡିପଦା ଓ ୨୮ ତାରିଖ ଅନୁଗୁଳ ସରକାରୀ ମହାବିଦ୍ୟାଳୟ ଠାରେ ଏହି ଶିବିର ଆୟୋଜନ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ପକ୍ଷରୁ କୁହା ଯାଇଛି । ଚଳିତ ବର୍ଷ ଏହି ଶିବିରରେ ୫ ହଜାର ଲୋକଙ୍କ ଚକ୍ଷୁ ଚିକିତ୍ସା କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ଗୋପାଳ ପ୍ରସାଦ ଅଗ୍ରୱାଲ , ଅଧ୍ୟକ୍ଷ ରମେଶ ସାହ , ସଚିବ ରୋହିତ ଲିହାଲ , ଜିତେନ୍ଦ୍ର ଗୁପ୍ତା , ପୁରୁଷୋତ୍ତମ ଅଗ୍ରୱାଲ , ରଞ୍ଜିତ ମାଣ୍ଡୋଠିଆ ଓ ନିର୍ମଳ ଅଗ୍ରୱାଲ ଉପସ୍ଥିତ ଥିଲେ । Advertisement
ଏ ଚ ଆଇ ଭି ପୀଡ଼ିତଙ୍କ ସେବା ପାଇଁ ମେଡ଼ିକ୍ସ ପ୍ରତିଶୃତି ବଦ୍ଧ ଅନୁଗୁଳ – ଅନୁଗୁଳୁ ଜିଲ୍ଲାରେ ଏଚ୍ ଆଇ ଭି ର ପ୍ରକୋପ ଦିନକୁ ଦିନ ବଢ଼ୁଥିବା ବେଳେ ମେଡ଼ିକ୍ ପକ୍ଷରୁ ଓସାକ୍ସ ସହାୟତାରେ ଏହାର ନିୟନ୍ତ୍ରଣ ପାଇଁ…
୧୫ରୁ ୧୮ ବୟସ୍କଙ୍କୁ ହେବ ଟିକାକରଣ -୨୪ଟି କେନ୍ଦ୍ରରେ ୩୪ଶହଙ୍କୁ ମିଳିବ ଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସୋମବାରଠାରୁ ୧୫ରୁ ୧୮ ବୟସ୍କଙ୍କୁ କୋଭିଡ ଟିକା ପ୍ରଦାନ କରାଯିବ । ଜିଲ୍ଲାର ୨୪ଟି କେନ୍ଦ୍ରରେ ୩ ହଜାର ୪ଶହ ଜଣଙ୍କୁ…
ବିଧାୟକଙ୍କୁ କରୋନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନାର କୈାଣସି ଲକ୍ଷଣ ନଥିଲେ ମଧ୍ୟ ସେ…