ଅପରାଧ ଗଞ୍ଜେଇ ସହ ଦୁଇ ଗିରଫ Angul OnlineSeptember 21, 2022September 21, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇ ୨୨ କେଜି ଗଞ୍ଜେଇ ଜବତ କରା ଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଏକ ପିକଅପ ଭ୍ୟାନ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ କିଶୋରନଗର ତୁରୁଡ଼ା ଗାଁର ରାକେଶ ବେହେରା ଓ ଅକ୍ଷୟ କୁମାର ବେହେରା ନାମକ ଦୁଇ ଜଣ ବ୍ୟକ୍ତି ବେପାର ଉଦ୍ୟେଶରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ । ଗିରଫ ରାକେଶ ଓ ଅକ୍ଷୟଙ୍କୁ କୋର୍ଟ ଚାଲାଣ କରାଯାଇଛି । Advertisement
ଶିଳପୁଆରେ ଛେଚି ଭାଉଜକୁ ହତ୍ୟା କଲା ଦିଅର ଅନୁଗୁଳ – ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଆଯି ( ବୁଧବାର) ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଦିଅର ଶିଳପୁଆରେ ଛେଚି ଭାଉଜକୁ…
ବନ୍ଧା ହେଲେ ସମିତିସଭ୍ଯା – ଦେଶୀ ମଦ କାରବାର ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଗଡିଆ ଅଞ୍ଚଳରେ ଦେଶୀ ମଦ ରାନ୍ଧି ବିକ୍ରି କରୁଥିବା ଅପରାଧରେ ଗିରଫ ହେଲେ ସମିତିସଭ୍ଯା l ଗିରଫ ସମିତିସଭ୍ଯା ଜଣଙ୍କ ହେଲେ…
ଲାଞ୍ଚୁଆ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଯୋଗାଣ ବିଭାଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅଡିସିନାଲ ପ୍ରୋଜେକ୍ଟ ଡ଼ାଇରେକ୍ଟର ସୌମେନ୍ଦ୍ର ଚୌଧୁରୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି…