ଆରଡବ୍ଲୁଏସଏସ ଦ୍ୱାରା କୋଟି କୋଟି ଟଙ୍କାର ଦୁର୍ନୀତି – କଂଗ୍ରେସ

 

ତାଳଚେର – ତାଳଚେର କଂଗ୍ରେସ ପକ୍ଷରୁ ଆରଡବ୍ଲୁଏସଏସ ଦ୍ୱାରା ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କରାଯାଇଛି । ସୂଚନା ଅନୁଯାୟୀ ଆରଡବ୍ଲୁଏସଏସ ପକ୍ଷରୁ ଗତ 2014 ମସିହାରୁ 2021 ମସିହା ପର୍ଯ୍ୟନ୍ତ ହୋଇଥିବା ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ 20 କୋଟିରୁ ଉର୍ଦ୍ଧ୍ବ ଟଙ୍କା ବିଭିନ୍ନ ପାଣ୍ଠିରୁ ଅନୁଦାନ ଦିଆଯାଇଥିଲେ ମଧ୍ୟ ଆରଡ଼ବ୍ଲୁଏସଏସ ପକ୍ଷରୁ 11 ସହ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଲୋକଙ୍କ ନିକଟରେ ପାନୀୟ ଜଳ ସଠିକ ରୂପେ ପହଁଚି ନଥିବା ଅଭିଯୋଗ ଆଣିଛି କଂଗ୍ରେସ । ଯାହାକୁ ନେଇ ସୂଚନା ଅଧିକାର ଆଇନ ବଳରେ ସମସ୍ତ ତଥ୍ୟ ପାଇବା ପରେ ଏହି କାର୍ଯ୍ୟରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ କରି ସରକାର ଉପଯୁକ୍ତ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି କଂଗ୍ରେସ ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored