ଅପରାଧ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟିନେଲେ ଅଦୃଶ୍ୟ ଲୁଟେରା Angul OnlineOctober 12, 2022October 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ବ୍ୟବସାୟୀ ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି । ଅନଲାଇନ୍ ଲୁଟେରା ତାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ଅନୁସାରେ , ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ ସେଖ ରଞ୍ଜନ ମହମ୍ମଦ । ତାଙ୍କ ଘର କଟକ ଜିଲ୍ଲାରେ ହୋଇଥିବା ବେଳେ ସେ ଅନୁଗୁଳରେ ବ୍ୟବସାୟ କରନ୍ତି । ଶେଖ ରଞ୍ଜନ ମହମ୍ମଦଙ୍କ ଭଣଜା ପରିବାର ସଦସାଉଦି ଆରବରେ ରହନ୍ତି । ଗତ ୫ ତାରିଖ ଦିନ ତାଙ୍କ ଭଣଜାଙ୍କ ଫେସବୁକ ମେସେଞ୍ଜରରେ ଏକ ମେସେଜ୍ ଆସିଥିଲା । ତାଙ୍କ ଝିଅର ଦେହ ଅସୁସ୍ଥ ଅଛି ଆଉ ଏଥିପାଇଁ ୮୦ ହଜାର ଟଙ୍କା ଦରକାର ବୋଲି ମେସେଜ୍ ଆସିଥିଲା । ଭଣଜାଙ୍କ ଅସୁବିଧାରେ ପଡ଼ିଥିବା ଭାବି ଶେଖ ରଞ୍ଜନ ମହମଦ ମେସେଞ୍ଜରରେ ଦେଇଥିବା ଫୋନ୍ ପେ ନମ୍ବରରେ ଟଙ୍କା ପଠାଇ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଭଣଜା ସହ କଥା ହେବାରୁ ସେ ମେସେଜ୍ କରିନାହାନ୍ତି । ତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା କହିଥିଲେ । ସାଇବର ଠକଙ୍କ ହାବୁଡ଼ରେ ପଡ଼ି ଠକାମିର ଶିକାର ହୋଇଥିବା ଜାଣିବା ପରେ ଶେଖ ରଞ୍ଜନ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ଏକ ମାମଲା ରୁକୁ କରି ତଦନ୍ତ କରୁଛି Advertisement
୭ ମୋଟରସାଇକେଲ ଚୋର ଗିରଫ – ୬ ମୋଟରସାଇକେଲ ଜବତ ଅନୁଗୁଳ – ଅନୁଗୁଳ ଟାଉନ ଥାନା ପୁଲିସକୁ ଏକ ବଡ ସଫଳତା ମିଳିଛି । ଅନେକ ଦିନ ହେଲା ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ହେଉଥିବା…
କାନ୍ଥ ଖୋଳି ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବଜାର ଉପରେ ଥିବା ଏକ ଗହଣା ଦୋକାନର କାନ୍ଥ ଖୋଲି ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ…
କଥା ମାନିଲା ନାହିଁ ବୋଲି ସ୍ତ୍ରୀକୁ ତଣ୍ଟି ଚିପି ମାରିଦେଲା – ସ୍ଵାମୀ ଗିରଫ ଅନୁଗୁଳ – ଅନୁଗୁଳ ସହରରେ ଥିବା ସୌଭାଗ୍ୟନଗରର ଏକ ପଡ଼ିଆରୁ ଗତ ୨୭ ତାରିଖ ବିନୋଦିନୀ ଗୋଚ୍ଛାୟତ ନାମକ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ତାଙ୍କ…