ଅପରାଧ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡ Angul OnlineOctober 16, 2022October 16, 2022 ଅନୁଗୁଳ -ଅନୁଗୁଳ ଥାନା ଅଞ୍ଚଳରେ ଆଠ ବର୍ଷ ତଳେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ପ୍ରକାଶ ପାଇଛି । ଆଡ୍ ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପି.ଆର୍ . ବହିଦାର ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଆଙ୍କୁଲା ନୂଆସାହି ଗ୍ରାମର ସୁନିଲ୍ ନାଏକ ( ୩୪ ) କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହିତ ୨୫ ହଜାର ଟଙ୍କା ଜରିମାନା , ଜରିମାନା ରାଶି ଅନାଦେୟ ଅଧିକ ୩ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି । ପ୍ରାପ୍ତ ସୂଚନା ମୁତାବକ , ୨୦୧୪ ମସିହା ମେ ’ ମାସ ୧୪ ତାରିଖରେ ଅନୁଗୁଳ ସହର ଉପକଣ୍ଠରେ ଅଭିଯୁକ୍ତ ସୁନିଲ୍ ସହର ଉପକଣ୍ଠର ଜଣେ ୧୬ ବର୍ଷରୁ କମ୍ ନାବାଳିକାକୁ ପ୍ରେମ ଜାଲରେ ଫସାଇ ତାଙ୍କୁ ଧରି ଫେରାର୍ ହୋଇଯାଇଥିଲା । ନାବାଳିକାଙ୍କ ପରିବାର ଲୋକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିଛିଦିନ ପରେ ପୁଲିସ୍ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଅପହରଣ ମାମଲା ବଳାତ୍କାରକୁ ପରିବର୍ତନ ହୋଇଥିଲା । ପୁଲିସ୍ ପୋସକୋ ଆକ୍ଟରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଜିଲ୍ଲା ଫାଷ୍ଟଟ୍ରାକ୍ କୋର୍ଟରେ ଚାଲିଥିବା ବେଳେ ମୋଟ୍ ୧୭ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଅଭିଯୁକ୍ତ ସୁନିଲ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରୋସିକ୍ୟୁଟର ସୁଶାନ୍ତ କୁମାର ମିଶ୍ର ଏହି ମାମଲାର ପରିଚାଳନା କରିଥିଲେ । Advertisement
ଗଛରେ ଝୁଲୁଛି ମହିଳାଙ୍କ ମୃତଦେହ – ହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଶିବ ମନ୍ଦିର ପ୍ରାଙ୍ଗଣ ସ୍ଥିତ ଏକ ଚମ୍ପା ଗଛରେ ସକାଳେ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ…
ରାତି ଅଧରେ ଦୋକାନ ଆଗରୁ ଏମିତି ଏକ ଚୋରି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ – ଦେଖନ୍ତୁ ଭିଡିଓ ଅନୁଗୁଳ – ବଲବ ଚୋରି । ଏଭଳି ଏକ ସାମାନ୍ୟ ଘଟଣା କଏଦ ହୋଇଛି ସିସି ଟିଭିରେ । ଜଣେ ଚୋର ଅଟୋ ରିକ୍ସାରେ ଆସି ରାତି…
ବନ୍ଧୁକ ଓ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପୁଲିସକୁ ଚାଲେଞ୍ଜ କରି ପୁଣି ଥରେ ଲୁଟେରା ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଦିନ ୩ ଟା ବେଳେ ବନ୍ଧୁକ…