ଓସିଏର ଆପେକ୍ସ କାଉନସିଲ ମେମ୍ବର ହେବେ ପ୍ରତାପ

ଓସିଏର ଆପେକ୍ସ କାଉନସିଲ ମେମ୍ବର ହେବେ ପ୍ରତାପ

କଟକ – ଓସିଏ ସଭାପତି ହେବେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ତାଙ୍କ ବିରୋଧରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ହେବାକୁ ଯାଉଛନ୍ତି ପ୍ରଣବ ପ୍ରକାଶ ଦାସ । ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିବାରୁ ପ୍ରଣବ ପ୍ରକାଶ ଦାସ  ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ  । ଏହା କେବଳ ଘୋଷଣା ହେବାକୁ ବାକି ଅଛି । ସେହିଭଳି ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ପ୍ରତାପ ପ୍ରଧାନ (ନିଲୁ) ଆପେକ୍ସ କାଉନସିଲ ମେମ୍ବର ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ବିରୁଦ୍ଧରେ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିବାରୁ ସେ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ନିଶ୍ଚିତ ହୋଇ ସାରିଛି । ଆଉ ଏହା ଜଣା ପଡିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୂଅ ଛୁଟିଛି ।

What’s your Reaction?
+1
0
+1
0
+1
0
+1
0
+1
7
+1
0
+1
0

Leave a Reply