ଚାନ୍ଦା ଆଦାୟ ଅଭିଯୋଗରେ ୫ ଗିରଫ

ଚାନ୍ଦା ଆଦାୟ ଅଭିଯୋଗରେ ୫ ଗିରଫ

ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗରେ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ସୋମବାର ବିଳମ୍ବିତ ରାତିରେ ଅନୁଗୁଳ-ଛେଣ୍ଡିପଦା ରାଜ୍ୟ ରାଜପଥ ୬୩ର ଜରାସିଂହା ତାରିଣୀ ମନ୍ଦିର ସାମ୍ନାରେ ୫ ଜଣ ଯୁବକ ମାରଣାସ୍ତ୍ର ଧରି ଜେଏସପିଏଲକୁ ଯାଉଥିବା ଟ୍ରକ୍ ଓ ଅନ୍ୟାନ୍ୟ ଗାଡି ଗୁଡିକୁ ଅଟକାଇ ଜୋର ଜବରଦସ୍ତ ଭାବରେ କାର୍ତ୍ତିକେଶ୍ବର ପୂଜା ନାଁରେ ଚାନ୍ଦା ଆଦାୟ କରୁଥିଲେ । ଏହି ଖବର ପୁଲିସ ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ ସେଠାରେ ଚାନ୍ଦା ଆଦାୟ କରୁଥିବା ଜରାସିଂହା ଗାଁର ବିଗ୍ନେଶ ବେହେରା , ତରୁଣ ନାଏକ , ରାକେଶ ନାଏକ , ଦୀପକ ବେହେରା ଓ ଅନିଲ ନାଏକଙ୍କୁ କାବୁ କରି ନେଇଥିଲା । ଜାଞ୍ଚ ବେଳେ ସେମାନଙ୍କଠାରୁ ଗୋଟିଏ ଖଣ୍ଡା , ଗୋଟିଏ ଭୂଜାଲୀ , ୧୬ ଶହ ଟଙ୍କା , ପୂଜା ଚାନ୍ଦା ରସିଦ ବହି ଜବତ କରା ଯାଇଥିଲା । ପୁଲିସ ସେମାନଙ୍କୁ ଥାନାକୁ ନେବା ସହ ଏ ନେଇ ଏକ ମାମଲା ରୁଜୁକରି ଚାନ୍ଦା ଆଦାୟ ଅଭିଯୋଗରେ ଏହି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

What’s your Reaction?
+1
0
+1
0
+1
0
+1
1
+1
9
+1
0
+1
0

Leave a Reply