ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରୁ ଲୁଟ ଉଦ୍ୟମ – ଲୁଟେରାଙ୍କ ଆକ୍ରମଣରେ ଜଣେ ଆହତ

ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରୁ ଲୁଟ ଉଦ୍ୟମ – ଲୁଟେରାଙ୍କ ଆକ୍ରମଣରେ ଜଣେ ଆହତ

ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ୪ ଜଣ ଦୁର୍ବୃତ୍ତ ଲୁଟ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟ ବଶତଃ ଏଥିରେ ବିଫଳ ହୋଇଛନ୍ତି । ସୂଚନା ଅନୁସାରେ ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରେ କାମ କରୁଥିବା ପଙ୍କଜ ଦତ୍ତ ନାମକ ଜଣେ ବ୍ୟକ୍ତି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖାକୁ ଟଙ୍କା ଜମା କରିବାକୁ ଆସିଥିଲେ । ତେବେ ସେଠାରେ ଅଳ୍ପ କିଛି ଟଙ୍କା ଜମା କରିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆଉ ଟଙ୍କା ଜମା ହୋଇ ପାରି ନଥିଲା । ଏଥିପାଇଁ ସେ ବାକି ଟଙ୍କା ଏକ ବ୍ୟାଗରେ ଧରି ବସଷ୍ଟାଣ୍ଡକୁ ଚାଲି ଚାଲି ଯାଉଥିଲେ । ଏହି ସମୟରେ ପଛରୁ ହଠାତ ୪ ଜଣ ଦୁର୍ବୁତ୍ତ ଦୁଇଟି ମୋଟରସାଇକେଲରେ ଆସି ତାଙ୍କଠାରୁ ଟଙ୍କା ବ୍ୟାଗ ଛଡାଇବାକୁ ଚେଷ୍ଟା କରିଥିଲେ । ପଙ୍କଜ କିନ୍ତୁ ଟଙ୍କା ବ୍ୟାଗକୁ ଜାବୁଡ଼ି ଧରିବା ସହ ଛାଡି ନଥିଲେ । ଫଳରେ ଦୁବୃତ୍ତ ମାନେ ପଙ୍କଜକୁ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ମଧ୍ୟ ନେଇଥିଲେ । ସେହି ସମୟରେ ସ୍ଥାନୀୟ ଲୋକ ଓ ଏୟୁସିସି ବ୍ୟାଙ୍କର ସୁରକ୍ଷାକର୍ମୀ ମାନେ ପାଟି କରିବାରୁ ଦୁବୃତ୍ତ ମାନେ ଘଟଣା ସ୍ଥଳରୁ ବସଷ୍ଟାଣ୍ଡ ଦେଇ ଚମ୍ପଟ ମାରିଥିଲେ । ତେବେ ଏହି ଘଟଣାର ଖବର ବସଷ୍ଟାଣ୍ଡ ରେ ଥିବା ଅନୁଗୁଳ ଥାନା ଏସ ଆଇ ଅବଦୁଲ ୱାସୀମ ଖାନ ପାଇ ଦୁବୃତ୍ତଙ୍କ ପିଛା କରିଥିଲେ । ଏକୁଟିଆ ସହସିକତାର ସହ ସେ ୪ ଜଣ ଦୁବୃତ୍ତଙ୍କ ପିଛା କୁରୁଡୁଲ ପର୍ଯ୍ୟନ୍ତ କରିଥିଲେ । ତେବେ ସେଠାରୁ ଦୁବୃତ୍ତମାନେ ଭାଗ ହୋଇଯିବା ସହ ଫେରାର ହୋଇ ଯାଇଥିଲେ । ପରେ ଅନୁଗୁଳ ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆହତ ପଙ୍କଜଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ସହ ତଦନ୍ତ କରୁଛି ।

What’s your Reaction?
+1
0
+1
0
+1
1
+1
0
+1
6
+1
0
+1
0

Leave a Reply