ରାଜନୀତି ସନ୍ତୋଷ ହେଲେ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ Angul OnlineNovember 19, 2022November 19, 2022 ଅନୁଗୁଳ – ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଆଜି ଅବିଭକ୍ତ ଅନୁଗୁଳ-ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନରେ ସନ୍ତୋଷ କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଏହି ପଦବୀ ପାଇଁ ତାଳଚେର ସନ୍ତୋଷ କୁମାର ପ୍ରଧାନ ଓ ଢେଙ୍କାନାଳର ପ୍ରତାପ ଚନ୍ଦ୍ର ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉଭୟ ବିଜୁ ଜନତା ଦଳ ସମର୍ଥିତ ହୋଇଥିବା ବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବନ୍ଦ ଲଫାପାରେ ସନ୍ତୋଷ ପ୍ରଧାନଙ୍କ ନାମ ସୁପାରିଶ କରିଥିଲେ । ଏହା ସତ୍ୱେ ପ୍ରତାପ ଚନ୍ଦ୍ର ମଲ୍ଲିକ ନାମାଙ୍କନ କରିବା ଯୋଗୁଁ ସାମାନ୍ୟ ଦ୍ଵନ୍ଦ ସୃଷ୍ଟି ହୋଇଥିଲା । ତେବେ ଦଳର ନିର୍ଦେଶକୁ ମାନିବା ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ରୁଦ୍ଧଦ୍ୱାର ବୈଠକ ବସିବା ସହ ଶେଷରେ ସନ୍ତୋଷ ପ୍ରଧାନଙ୍କୁ ଭୋଟ ଦେବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଏହି ନିଷ୍ପତ୍ତି ଅନୁସାରେ ଆଜି ଅନୁଷ୍ଠିତ ନିର୍ବାଚନରେ ସମସ୍ତ ୧୫ ଟି ଭୋଟ ସନ୍ତୋଷ ପ୍ରଧାନଙ୍କ ସପକ୍ଷରେ ଯାଇଥିଲା । ଏପରିକି ପ୍ରତିଦ୍ବନ୍ଦୀ ପ୍ରତାପ ମଲ୍ଲିକ ମଧ୍ୟ ନିଜ ଭୋଟ ଖଣ୍ଡିକ ସନ୍ତୋଷ ପ୍ରଧାନଙ୍କୁ ଦେଇଥିଲେ । ଅପରାହ୍ନ ୨ ଟା ରେ ଫଳାଫଳ ଘୋଷଣା ପରେ ବିଜେଡି କର୍ମୀମାନେ ବାଣ ଫୁଟାଇ ଖୁସି ମନାଇଥିଲେ । Advertisement
ବିଜେଡିର ତାଳଚେର ମୁନିସିପାଲିଟି କମିଟିର ପୁନଃର୍ଗଠନ – ସୁଧୀର ସଭାପତି,ଲଳିତ ସାଧାରଣ ସମ୍ପାଦକ ତାଳଚେର – ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରୀୟାଶିଳ ଓ ସୁଦୃଢ଼ କରିବା ପାଇଁ ଅନୁଗୁଳ ଜିଲ୍ଲା ତାଳଚେର ମୁନିସିପାଲିଟି କମିଟିର ପୁନଃଗଠନକୁ ବିଜୁ…
ଆଠମଲ୍ଲିକ ଓ ତାଳଚେରରେ ବିଜେଡ଼ି , ଅନୁଗୁଳରେ ବିଜେପି ହାତେଇଲା ଉପାଧ୍ୟକ୍ଷ ପଦବୀ ଅନୁଗୁଳ – ଅନୁଗୁଳ ପୌରପାଳିକା ପାଇଁ ଉପାଧ୍ୟକ୍ଷ ଭାବେ ବିଜେପିର ଅନୁପମା ସାହୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ୪ ନମ୍ବର ୱାର୍ଡ କାଉନସିଲର ଅନୁପମା ସାହୁଙ୍କ…
ପଞ୍ଚାୟତ ନିର୍ବାଚନ ଅଧିସୂଚନା ପ୍ରକାଶ ପାଇଲା ଅନୁଗୁଳ – ଆଜି ପ୍ରକାଶ ପାଇଲା ରାଜ୍ୟ ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଧିସୂଚନା । ଏଥି ସହିତ ଅନୁଗୁଳ ଜିଲ୍ଳାପାଳ ଜିଲ୍ଲା ସ୍ତରୀୟ ନିର୍ବାଚନ ଅଧିସୂଚନା ତାଲିକା…