ଅନୁଗୁଳରେ ଅକ୍ଷୟ ଶ୍ରାଦ୍ଧ ସନ୍ଧ୍ୟା

ଅନୁଗୁଳ – ଓଡ଼ିଶାର ଜନମାନସରେ ଏକ ପ୍ରଭାବଶାଳୀ ପ୍ରତିଭା ଭାବେ ରହିଆସିଛନ୍ତି ଓଡ଼ିଆ ଗୀତ, ସଙ୍ଗୀତର ଅପ୍ରତିଦ୍ବନ୍ଦ୍ବୀ ଚେହେରା ସ୍ବର୍ଗତଃ ଅକ୍ଷୟ ମହାନ୍ତି। କେବଳ ଗୀତ ଓ ସଙ୍ଗୀତ ନୁହେଁ ବରଂ ଅନେକ ସଫଳ ଗଳ୍ପ ଓ ଉପନ୍ୟାସର ସ୍ରଷ୍ଟା ଅକ୍ଷୟଙ୍କ ସମ୍ମୁଖରେ ରାଜ୍ୟ ଏବଂ ଜାତୀୟସ୍ତରୀୟ ସମସ୍ତ ପୁରସ୍କାର ଗୌଣ। ସେ ଦୃଷ୍ଟିରୁ ତାଙ୍କୁ ଆଖିଦୃଶିଆ ପୁରସ୍କାରରୁ ବଞ୍ଚିତ ରଖାଯାଇଥିବା ନେଇ ମତପ୍ରକାଶ ପାଇଛି। ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ମାରୁଆଡି ଧର୍ମଶାଳା ପରିସରରେ ଆୟୋଜିତ ଅକ୍ଷୟଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଏଭଳି ମତପ୍ରକାଶ ପାଇଛି। ଫୋକସ୍‌ ପ୍ରାୟୋଜିତ ଏବଂ ଅନୁଗୁଳ ଅକ୍ଷୟ ୱାଟ୍ସଆପ୍‌ ଗ୍ରୁପ୍‌ ପ୍ରସ୍ତୁତ ଉକ୍ତ କାର୍ଯ୍ୟକ୍ରମ ଅକ୍ଷୟଙ୍କ ସ୍ମୃତିଚାରଣ, ତାଙ୍କ ସାହିତ୍ୟର ଆଲୋଚନା ସହ ଅନେକ ଶ୍ରୁତିମଧୁର ସଙ୍ଗୀତ ପରିବେଷଣ ମାଧ୍ୟମରେ ଆୟୋଜିତ ହୋଇଥିଲା। ଅକ୍ଷୟପ୍ରେମୀ ଅନୁଗୋଳବାସୀଙ୍କଦ୍ବାରା ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରେକ୍ଷାଳୟରେ ଉପସ୍ଥିତ କୁନି କୁନି ପିଲାଙ୍କ ହାତରେ ଉଦ୍‌ଘାଟନ କରାଯାଇଥିବା ବେଳେ ସାମ୍ବାଦିକ ସନ୍ତୋଷକୁମାର ମିଶ୍ର କାର୍ଯ୍ୟକ୍ରମ ଆୟୋଜନର ଉଦେଶ୍ୟ ଜ୍ଞାପନ କରିଥିଲେ। ସଂଘମିତ୍ରା ପ୍ରଧାନ ଅକ୍ଷୟଙ୍କ କୃତୀତ୍ବ ଏବଂ ଜାତିକୁ ସେ ଦେଇ ଯାଇଥିବା ଅବଦାନ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଗ୍ରୁପ୍‌ ସଦସ୍ୟା ଶ୍ରୀମତି ଉତ୍ତରବାଳା ମିଶ୍ର, ରଣଜିତ ମାଣ୍ଡୋଠିଆ, ସରିତା ମିଶ୍ର, ରଶ୍ମିରଞ୍ଜନ ସାହୁ, ପ୍ରିୟଦର୍ଶୀ ପଟ୍ଟନାୟକ ପ୍ରମୁଖଙ୍କୁ ଉଲ୍ଲେଖନୀୟ ସଫଳତା ପାଇଁ ଅନୁଷ୍ଠାନ ପକ୍ଷରୁ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଗଙ୍ଗାଧର କର, ପୁଲିସ ଡିଏସ୍‌ପି ଜିତେନ୍ଦ୍ର କୁମାର ଦଳାଇଙ୍କଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଦେବବର୍ଣ୍ଣିନୀ ମହାପାତ୍ର, ମୌସୁମୀ ଦାସ, ମଧୁମିତା ସାହୁ, ଅନୀତା ସାମଲ, ମମତା ମହାପାତ୍ର, ନମିତା ନାଏକ, ବିଜୟକୁମାର ସେଠୀ, ଅତିଥି ସ୍ବାଇଁ, ଅମରେନ୍ଦ୍ର ଜେନା, ବିଶ୍ବଜିତ ଦାସ ପ୍ରମୁଖ ଅକ୍ଷୟଙ୍କ ଅନେକ ଶ୍ରୁତିମଧୁର ସଙ୍ଗୀତ ପରିବେଷଣ କରିଥିଲେ। ଭରପୁର ପ୍ରେକ୍ଷାଳୟରେ ଉପସ୍ଥିତ ସହରବାସୀ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored