ଆଞ୍ଚଳିକ ଟ୍ରାକ୍ଟର ଓଲଟି ଜଣେ ମୃତ Angul OnlineNovember 25, 2022November 25, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସ ଗାଁରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ବତିଷ୍ଠ ପଟନାୟକ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ବଶିଷ୍ଠ ଟ୍ରାକ୍ଟର ନେଇ ରାତିରେ ମୋରମ ନେବା ପାଇଁ ଯାଇଥିଲେ । ତେବେ ମୋରମ ନେଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଚାପି ହୋଇ ବତିଷ୍ଠଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ତଦନ୍ତ କରୁଛି Advertisement
ଅନୁଗୁଳରେ ‘ମ୍ୟାନେଜମେଣ୍ଟ୍ ଶିକ୍ଷା କେନ୍ଦ୍ର’ର ଶୁଭାରମ୍ଭ ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୁଳ ଜିଲ୍ଲାର ନାଲକୋ ନଗରରେ ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ…
ଧରମପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ସ୍ତରୀୟ କାୟାକଳ୍ପ ଦଳ ପରିଦର୍ଶନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ସ୍ତରୀୟ କାୟାକଳ୍ପ ଦଳ ପରିଦର୍ଶନରେ ଆସିଥିଲେ । ସେମାନେ ସ୍ୱାସ୍ଥ୍ୟ…
ଆରମ୍ଭ ହେଲା ରକ୍ଷକ କାର୍ଯ୍ୟକ୍ରମ – ଦୁର୍ଘଟଣା ଜନିତ ମୃତ୍ୟୁ ହାର କମାଇବା ଲକ୍ଷ୍ୟ ଅନୁଗୁଳ – ରାଜ୍ୟରେ ବଢ଼ୁଛି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ । ଏହି ମୃତ୍ୟୁ ହାର କମାଇବା ପାଇଁ ଆରମ୍ଭ ହୋଇଛି ମିଶନ ରକ୍ଷକ । ଦୁର୍ଘଟଣାରେ…