ରାଜନୀତି କିଏ କଲା ତାଳଚେର ବନ୍ଦ !! ବିଜେଡି-ବିଜେପି ମୁହାଁମୁହିଁ(ଭିଡିଓ) Angul OnlineDecember 3, 2022December 4, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ବରିଷ୍ଠ ଡାକ୍ତର ପ୍ୟାରୀମୋହନ ମହାପାତ୍ରଙ୍କ ଗତକାଲି ଜେଲରେ ମୃତ୍ୟୁ ହେବା ପରେ ଆଜି ତାଳଚେର ଅଞ୍ଚଳର ସମସ୍ତ କୋଇଲା ଖଣି ବନ୍ଦ ରହିଥିଲା । ଯାହାକି ଏକ ପ୍ରକାର ଅଘୋଷିତ ବନ୍ଦ ଡାକରା ଥିଲା । କାରଣ ଏହି ବନ୍ଦ ଡାକରା କେହି ନିଜ ମୁଣ୍ଡକୁ ନେଇ ନଥିଲେ । କିଛି ବିଜେଡି କର୍ମୀ ସାମାଜିକ ଗଣ ମାଧ୍ୟମରେ ତାଳଚେର ବନ୍ଦ ନେଇ ଲେଖିଥିଲେ ମଧ୍ୟ ତାଳଚେର ବନ୍ଦ ଡାକରା ନେଇ ଗଣମାଧ୍ୟମକୁ ବିଜେଡି ପକ୍ଷରୁ ହୋଇ ନଥିବା କୁହା ଯାଇଥିଲା । ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁ ମଧ୍ୟ ଗଣମାଧ୍ୟମକୁ ସମାନ କଥା କହି ବନ୍ଦ ଡାକରା ମଞ୍ଚ ପକ୍ଷରୁ କରା ଯାଇ ନାହିଁ ବରଂ ତାଳଚେରବାସୀ ସ୍ୱତଃପ୍ରବୃତ ଭାବେ ବନ୍ଦ କରିଛନ୍ତି ବୋଲି କହିଥିଲେ । ତେବେ ଆଜି ଏହି ତାଳଚେର ଅଞ୍ଚଳର ଖଣି ବନ୍ଦକୁ ନେଇ ଉଭୟ ବିଜେଡି ଓ ବିଜେପି ଦୋଷ ଠେଲାଠେଲି ହୋଇଛନ୍ତି । ଉଭୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରା ଯାଇଛି । ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ବେଳେ ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଏହି ବନ୍ଦ ପାଇଁ ବିଜେଡି ଓ ସୁରକ୍ଷା ମଂଚକୁ ଦାୟୀ କରିଛନ୍ତି । ଏହି ବନ୍ଦ ଫଳରେ ଶହ ଶହ ଶ୍ରମିକ , ଗାଡି ମାଲିକଙ୍କ ପେଟକୁ ଲାତ ମରା ଯାଉଛି ବୋଲି କହିଛନ୍ତି । ଯାହାକୁ ସେ ନିନ୍ଦା ମଧ୍ୟ କରିଛନ୍ତି । ସେପଟେ ବିଜେଡି ଓ ସୁରକ୍ଷାମଞ୍ଚ ପକ୍ଷରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ବିଜେପିର ଅଭିଯୋଗକୁ ଖଣ୍ଡନ କରାଯାଇଛି । ଶୁଣନ୍ତୁ ଉଭୟ ଦଳର ନେତା କଣ କହୁଛନ୍ତି । https://angulonline.com/wp-content/uploads/2022/12/VID-20221203-WA0003.mp4 https://angulonline.com/wp-content/uploads/2022/12/VID-20221203-WA0002.mp4 Advertisement
ନୀଳବର୍ଣ୍ଣ ଶୃଗାଳ ମାନଙ୍କ ମୁଖା ଖୋଲିବାକୁ ହେବ – ଧର୍ମେନ୍ଦ୍ର ପ୍ରଧାନ ଛେଣ୍ଡିପଦା – ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି ଟଙ୍କା ଆସିବା ପରେ ମଧ୍ୟ ଏଠାକାର ଶାସନତନ୍ତ୍ର ଭୁଷୁଡି…
ବିଶ୍ୱରଞ୍ଜନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିର୍ବାଚିତ ଅନୁଗୋଳ – ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସମସ୍ତ ପଦବୀ ନିମନ୍ତେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ଅନୁଗୋଳ ଜିଲ୍ଲା…
କଂଗ୍ରେସ ଜିଲ୍ଲା ସଭାପତି ଦେଲେ ଇସ୍ତଫା – ଅମ୍ବିକାଙ୍କୁ ଦାୟୀତ୍ୱ ଅନୁଗୁଳ – ନୀର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ହାଠାତ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ସଂଗ୍ରାମ ମିଶ୍ର ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ…