ଆଞ୍ଚଳିକ ପପୁ ତ୍ରିପାଠୀ ହେଲେ ନିର୍ବାହୀ ଅଧିକାରୀ Angul OnlineDecember 8, 2022December 8, 2022 ଅନୁଗୁଳ – ଅନୁଗୁଳର ପପୁ ତ୍ରିପାଠୀ ନାମରେ ପରିଚିତ ସତ୍ୟ ପ୍ରକାଶ ତ୍ରିପାଠୀ ହେଲେ ଚାନ୍ଦବାଲି ଏନ ଏ ସି ର ନିର୍ବାହୀ ଅଧିକାରୀ । ଆଜି ଓଡିଶା ରାଜ୍ୟ ଗୃହ ଓ ନଗର ଉନ୍ନୟନ ପକ୍ଷରୁ ଜାରି ହୋଇଥିବା ଚିଠିରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ସୂଚନା ଅନୁସାରେ ସତ୍ୟ ପ୍ରକାଶ ତ୍ରିପାଠୀ ୧୯୯୭ ମସିହାରେ ଅନୁଗୁଳ ପୌରପାଳିକା ସିଓ ଭାବେ ଚାକିରୀ ଆରମ୍ଭ କରିଥିଲେ । ସେଠାରେ ୨୦୨୨ ମେ ମାସ ଯାଏ କାମ କରିଥିବା ବେଳେ ଏଠାରୁ କଟକ ସିନିୟର ସିଓ ଭାବେ ତାଙ୍କର ବଦଳି ହୋଇଥିଲା । ଆଉ ଆଜି ତାଙ୍କର ପଦୋନ୍ନତି ହୋଇଥିବା ବେଳେ ଚାନ୍ଦବାଲି ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ମିଳିଛି । ଏହା ମିଳିବା ପରେ ମିଳିଥିବା ଦାୟିତ୍ୱ ସୁଚାରୁ ରୁପେ ତୁଲାଇବା ସହ ଚାନ୍ଦବାଲି ଏନ ଏ ସି ଅଞ୍ଚଳର ସୌନ୍ଦର୍ଯ୍ୟ ଓ ପରିମଳକୁ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । Advertisement
ବଦଳିଲେ ୫ ବିଡିଓ ଅନୁଗୁଳ – ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀଯ ଜଳ ବିଭାଗ ପକ୍ଷରୁ ଓ.ଏ.ଏସ. ସ୍ତରରେ ଅଦଳବଦଳ ହୋଇଛି । ଏ ନେଇ ଏକ ନିର୍ଦେଶନାମା ଜାରି…
କୋଇଲା ଖଣିରେ ଦୁର୍ଘଟଣା – ଜଣେ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣି ୨ ନମ୍ବର ସାଇଡିଂ ଠାରେ କୋଇଲା ଵୋଝେଇ ହାଇୱା ମାଡିଯିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି…
ଧୁମଧାମରେ ପାଳନ ହେଉଛି ମା ବାସନ୍ତୀ ପୂଜା ଅନୁଗୋଳ – ଅନୁଗୋଳ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେଆଜି…