ଧୁମଧାମରେ ପାଳନ ହେଉଛି ମା ବାସନ୍ତୀ ପୂଜା

ଅନୁଗୋଳ – ଅନୁଗୋଳ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେଆଜି ସକାଳେ କଳସ ଯାତ୍ରା ପରେ ଦେବୀଙ୍କ ଜୀବନ୍ୟାସ , ପ୍ରାଣ ପ୍ରତିଷ୍ଠା , ଷୋଡଶ ଉପଚାର ପୂଜା , ଚଣ୍ଡୀପାଠ , ହୋମ , ଆଳତୀ ଆଦି ଅନୁଷ୍ଠିତ ହୋଇଥିଲା । ବାସନ୍ତୀ ଦୁର୍ଗାପୂଜା ଅବସରରେ ବାସନ୍ତୀ ପଡ଼ିଆରେ ୨୦ ରୁ ଅଧିକ ଷ୍ଟଲ ଲାଗିଛି । ବ୍ରହ୍ମକୁମାରୀ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଧ୍ୟାତ୍ମିକ ଫଟୋ ପ୍ରଦର୍ଶନୀ , ସତୁରୀ ଦଶକରୁ ଆଜିଯାଏଁ ଅନୁଗୁଳର ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଘଟିଥିବା ବିଭିନ୍ନ ଘଟଣାବଳୀକୁ ନେଇ ସ୍ବତନ୍ତ୍ର ଫଟୋ ପ୍ରଦର୍ଶନୀ ଲୋକଙ୍କୁ ବେଶ ଆକର୍ଷିତ କରୁଛି । ଏହା ସହ ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ଦୋଳି ଲାଗିଛି । ସନ୍ଧ୍ୟାରେ ମା ବାସନ୍ତୀ ନୃତ୍ୟ ପରିଷଦ ପକ୍ଷରୁ ସ୍ଥାନୀୟ କଳାକାର ମାନଙ୍କୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା । ବୁଧବାର ମହାଷ୍ଟମୀ ପୂଜା ଅବସରରେ ଚଣ୍ଡୀପାଠ , ହୋମ , ସନ୍ଧିପୂଜା ଆଦି ଅନୁଷ୍ଠିତ ହେବ । ସନ୍ଧ୍ୟାରେ ଉତ୍କଳ କରାଟେ ସଂଗଠନ ପକ୍ଷରୁ ବିଭିନ୍ନ ଫାଇଟ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

What’s your Reaction?
+1
0
+1
0
+1
0
+1
0
+1
1
+1
1
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored