ଆଞ୍ଚଳିକ ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟନ Angul OnlineDecember 20, 2022December 20, 2022 ଅନୁଗୁଳ – ଆଜି ଠାରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଦୁର୍ଗାପୁର କୃଷି ସମବାୟ ସମିତି ଠାରେ ଧାନକ୍ରୟ ମଣ୍ଡି ଉଦଘାଟନ କରିବା ପରେ ଚାଷୀଙ୍କ ନିକଟରୁ ଧାନ କିଣା ଆରମ୍ଭ ହୋଇଛି । ସୂଚନା ଅନୁସାରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ହୋଇଥିବା ଜିଲ୍ଲା ସ୍ତରୀୟ ଧାନକ୍ରୟ କମିଟିରେ ସ୍ଥିର କରାଯାଇଥିଲା ଯେ ଖରିଫ ବିପଣନ ୨୦୨୨-୨୩ବର୍ଷରେ ହେବାକୁ ଥିବା ଧାନ କ୍ରୟ ଡିସେମ୍ବର ୨୦ ତାରିଖରେ ଆରମ୍ଭ ହେବ। ତଦଅନୁଯାୟୀ ମଙ୍ଗଳବାର ସକାଳ ୧୦ଟା ସମୟରେ ଛେଣ୍ଡିପଦା ପଞ୍ଚାୟତ ସମିତି ଅନ୍ତର୍ଗତ ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତିରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ମଣ୍ଡି ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପ, ଛେଣ୍ଡିପଦା ତହସିଲଦାର ଡାନିଏଲ ଏକା, ଉପନିବନ୍ଧକ ସମବାୟ ସମିତି ସମୂହ, ଅନୁଗୁଳ ପ୍ରଭାଗ ଦୁଃଖିଆ ଟୁଡୁ, ଜିଲା ଯୋଗାଣ ଅଧିକାରୀ ସ୍ମିତା ନାଏକ, ସହକାରୀ ନିବନ୍ଧକ ଅନୁଗୁଳ ମଣ୍ଡଳ ତ୍ରିଲୋଚନ ଦେହୁରୀ, ଉପ ସହକାରୀ ନିବନ୍ଧକ ପ୍ରଶାନ୍ତ କୁମାର ମହାନ୍ତି ଓ ଅନେକ ଚାଷୀ ଉପସ୍ଥିତ ରହିଥିଲେ । ଜିଲାପାଳ ଶ୍ରୀ ସ୍ୱାଇଁ ଚାଷୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସୁଚାରୁ ରୂପେ କିପରି ଚାଷୀ ମାନେ ଆସି ନିଜର ଧାନ ବିକ୍ରି କରିପାରିବେ ଏନେଇ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହ ଚାଷୀ ମାନଙ୍କୁ ଏଫଏକ୍ୟୁ ମାନର ଧାନ ଆଣିବାକୁ ଉପଦେଶ ଦେଇଥିଲେ । Advertisement
ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ…
ସତ୍ୟାଗ୍ରହରେ ଓକିଲ ଅନୁଗୁଳ – ସତ୍ୟାଗ୍ରହରେ ଓକିଲ ସଂଘ । ସାରା ଭାରତରେ ଆଜି ଓକିଲ ମାନେ ସତ୍ୟାଗ୍ରହ କରୁଥିବା ବେଳେ ଅନୁଗୁଳ ଜିଲ୍ଲାର ସମସ୍ତ କୋର୍ଟ ଆଗରେ ମଧ୍ୟ…
ଟ୍ରେନରେ କୋଇଲା ପରିବହନକୁ ବିରୋଧ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଟ୍ରକ ମାଲିକ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ପ୍ରାୟ ୬ ହଜାର ଟ୍ରକ ଥିବା ବେଳେ ଏହା ଉପରେ ପ୍ରତୀକ୍ଷା ଭାବେ ପ୍ରାୟ ୧୫ ହଜାର ଓ…