ମୁଖ୍ୟ ଖବର ସାତକୋଶିଆରେ କୁମ୍ଭୀର ଗଣୁଛି ବନବିଭାଗ Angul OnlineJanuary 6, 2023January 6, 2023 ଅନୁଗୁଳ – ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ୪ ଦିନ ଧରି କୁମ୍ଭୀର ଗଣନା ପରେ ୧୦ ତାରିଖରେ ପକ୍ଷୀ ଗଣନା ହେବ । ଏ ନେଇ ଟିକରପଡ଼ା କୁମ୍ଭୀର ଫାର୍ମ ସମ୍ମିଳନୀ କକ୍ଷଠାରେ ଗୁରୁବାର ବନ କର୍ମଚାରୀଙ୍କ ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା , ଏସିଏଫ୍ ଶୁଭେନ୍ଦୁ ବେହେରା ବନ୍ୟପ୍ରାଣୀ ଚିକିତ୍ସକ ଡା . କିଶୋର ସାହୁ ଯୋଗ ଦେଇ କୁମ୍ଭୀର ଓ ପକ୍ଷୀ ଗଣନାର ଉପାୟ , ସତର୍କତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସେହି ଅନୁଯାୟୀ ଆଜିଠାରୁ ମୋଟ ୧୨ଟି ୟୁନିଟ୍ ଗଣନା କାର୍ଯ୍ୟରେ ନିୟୋଜିତ ହେବେ । ସାତକୋଶିଆରେ ୬ଟି ଓ ଆଠମଲ୍ଲିକ ଇଲାକାରେ ୬ଟି ୟୁନିଟ କୁମ୍ଭୀର ଓ ପକ୍ଷୀ ଗଣନା କରିବେ । ଟିକରପଡ଼ାରୁ ବିନିକେଇ , ବିନିକେଇରୁ ପତାକା , ଟିକରପଡାରୁ କଟରଙ୍ଗ , କଟରଙ୍ଗରୁ ବାଲିପୁଟ , ବାଲିପୁଟରୁ ଚକ୍ରଗଡ଼ , ସେହି ପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡ଼ା , ଲୁଣାହାଣ୍ଡି , ବେଲପୁଞ୍ଜି ମଠ , ଶିଶୁ ପଥର ଡ୍ୟାମ ଅଞ୍ଚଳର ବିଭିନ୍ନ ଜଳାଶୟ ଗଣତି ହେବ । ମୋବାଇଲ ଟ୍ରାକିଂ , ଜିପିଏସ୍ ସହ ବାଇନାକୁଲାର ଓ ସ୍ୱତନ୍ତ୍ର କ୍ୟାମେରା ବ୍ୟବସ୍ଥା କରାଯାଇଛି । ସେହିପରି ୬ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇ ୯ ତାରିଖରେ ସରିବ । ଏହି ଗଣନା ସମୟରେ ସାତକୋଶିଆ ମହାନଦୀରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା , ମାଛମରା ଡଙ୍ଗା ଆଦି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । Advertisement
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଅଣଓଡ଼ିଆ ହୋଇଥିବା ବେଳେ ମାନସିକ ବିକାରଗ୍ରସ୍ତ ଥିଲେ ବୋଲି…
ଦୁଇ ଟ୍ରକ ମଝିରେ ଚାପି ହୋଇ ସ୍ୱାମୀ-ସ୍ତ୍ରୀ ମୃତ ଅନୁଗୋଳ – ଜାତୀୟ ରାଜପଥ ୫୫ ରେ ପୁଣି ଏକ ଦୁର୍ଘଟଣା ଘଟିଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ଜୀବନ ଚାଲି ଯାଇଛି । ଦୁଇ ଟ୍ରକ ମଝିରେ ଚାପି…
୧୦ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର…