ନଅ ଦଫା ଦାବିରେ “ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ” ପକ୍ଷରୁ ଜନ ଆନ୍ଦୋଳନ

ନଅ ଦଫା ଦାବିରେ “ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ” ପକ୍ଷରୁ ଜନ ଆନ୍ଦୋଳନ

ଅନୁଗୁଳ – ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ଦୀର୍ଘ ଦିନର ଦାବି ତାଳଚେର ମେଡିକାଲ କଲେଜକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍‌ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜକୁ ଉନ୍ନୀତ କରିବା , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଉପଖଣ୍ଡ ଡାକ୍ତରଖାନା , ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର , ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର , ନର୍ସ , କର୍ମଚାରୀ ପଦବୀ ପୂରଣ କରିବା , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ପୋଲଟ୍ରି ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ପୋଲଟ୍ରି ଫାର୍ମର ସମସ୍ତ ଜାଗାକୁ ଅବିଳମ୍ବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରିବା , ପ୍ରଦୂଷଣ ବିଷବଳୟରେ ଜର୍ଜରିତ ଅନୁଗୁଳ ଜିଲ୍ଲାର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଦ୍ୟୁତ୍ ଯୋଗାଇ ଦେବା , ଜିଲ୍ଲାରେ ପ୍ରତିଷ୍ଠିତ ଶିଳ୍ପ , ଖଣି ଓ ଅଭୟାରଣ୍ୟ ପାଇଁ ବିସ୍ଥାପନ ପୂର୍ବରୁ ଉପଯୁକ୍ତ କ୍ଷତିପୂରଣ , ଥଇଥାନ କରିବା ସହିତ ସମସ୍ତ ବେକାର ଯୁବକ – ଯୁବତୀ ମାନଙ୍କୁ ଅଗ୍ରାଧ୍କାର ଭିତ୍ତିରେ ନିଯୁକ୍ତି ଦେବା , ଜିଲ୍ଲାରେ ବହୁ ଦିନରୁ ପ୍ରସ୍ତାବିତ ସୁରେଶ୍ଵରୀ , ଧଉରାଗୋଠ , ହିଡିସିଙ୍ଗ , ଢୋଲଢ଼ୁମୁରି , କାଣିଘାଇ , ସମାକୋଇ , କୁତୁଲସିଙ୍ଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା , ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର କରିବା , ଅନୁଗୁଳ ସହରରେ ଥିବା ସଭାଘର ପାଇଁ ମାତ୍ରାଧୂକ ଭଡା ଆଦାୟ ବନ୍ଦକରି ସର୍ବସାଧାରଣଙ୍କ ପାଇଁ ସର୍ବନିମ୍ନ ଭଡା ଧାର୍ଯ୍ୟ କରିବା ପ୍ରଭୃତି ନଅ ଦଫା ଦାବିରେ ଆଜି “ ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ” ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଜନ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । କମିଟିର ଆବାହକ ବରିଷ୍ଠ ଆଇନ୍‌ଜୀବୀ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ କମିଟିର ଅନ୍ୟତମ ଆବାହକ ରବିନ୍ଦ୍ର ପ୍ରସାଦ ପଟ୍ଟନାୟକ , ଅଭିମନ୍ୟୁ ସ୍ଵାଇଁ , ତ୍ରେତାନନ୍ଦ ସାମନ୍ତ , ବ୍ରଜବନ୍ଧୁ ସାହୁ , ତ୍ରିଲୋଚନ ଜେନା , ତୀର୍ଥବାସୀ ଭୋଇ , ମାନସ ପାଳ , ପର୍ଶୁରାମ ଦାସ , ରମେଶ ସାହୁ , ନିରୋଦ ଚନ୍ଦ୍ର ପାଳ , ଓକିଲ ସଂଘର ପୂର୍ବତନ ସଭାପତି ଦିଲ୍ଲୀପ ଦାସ , ହେମନ୍ତ ଦାସ , ପଠାଣୀ ବାରିହା , ରିୟାଜୁଦ୍ଦିନ ଅହମଦ , ଅଶୋକ କୁମାର ତ୍ରିପାଠୀ , ନିରୂପମା ପ୍ରଧାନ , ତରୁଣ କୁମାର ଦେହୁରୀ , ସୁନିଲ କୁମାର ପ୍ରଧାନ , କେଦାର ପ୍ରଧାନ , ପରମେଶ୍ଵର ପ୍ରଧାନ , ପ୍ରଦୀପ କୁମାର ପ୍ରଧାନ , ନିରଞ୍ଜନ କର , ପ୍ରବୋଧ କୁମାର ସ୍ୱାଇଁ , ବଲବୀର ସିଂ , ବଳରାମ ନାୟକ , ଅଜୟ ଭାଇ , ପରେଶ କୁମାର ସାହୁ , ସୂର୍ଯ୍ୟନାରାୟଣ ନାଥ , ଆଦ୍ୟାଶ୍ଳୋକ ମିଶ୍ର , ପ୍ରମୋଦ କୁମାର ବେହେରା , ଭୋଳେଶ୍ଵର ଗୋଛାୟତ , ପ୍ରଦ୍ୟୁମ୍ନ କୁମାର ନାଏକ , ଦାମୋଦର ଦାସ ପ୍ରମୁଖ ବକ୍ତବ୍ୟ ଦେଇ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିବାବେଳେ ଜିଲ୍ଲାର ମୌଳିକ ସମସ୍ୟାର ସମାଧାନ କ୍ଷେତ୍ରରେ ଚରମ ଅବହେଳା ଓ ଉଦାସୀନତାକୁ ତୀବ୍ର ନିନ୍ଦା କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହାମ୍ବଡା ନୀତି ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ୫ ଶହ କୋଟି ଟଙ୍କାରେ ନିର୍ମିତ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଉନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ । ଜିଲ୍ଲାବାସୀ କୋଇଲା ଖଣି ଓ ପ୍ରତିଷ୍ଠିତ ତାପଜ ବିଦ୍ୟୁତ୍ ଶିଳ୍ପର ଧୂଳି , ଧୂଆଁ , ପାଉଁଶର ପ୍ରଦୂଷଣ ବିଷବଳୟରେ ଜର୍ଜରିତ ହେଉଛନ୍ତି । ଏଠି ବିଦ୍ୟୁତ୍ ଉତ୍ପାଦିତ ହୋଇ ଦିଲ୍ଲୀ , ପଞ୍ଜାବ ଭଳି ରାଜ୍ୟରେ ମାଗଣା ବିଦ୍ୟୁତ୍ ବଣ୍ଟନ ହେଉଥିବାବେଳେ ଜିଲ୍ଲାବାସୀ ଉପଯୁକ୍ତ ବିଦ୍ୟୁତ୍ ସେବାରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲାର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଦ୍ୟୁତ୍ ଯୋଗାଇଦେବା ପାଇଁ ସେମାନେ ଦାବି କରିଥିଲେ । ଆମ ଜିଲ୍ଲାର କୃଷିଜମି , ଭିଟାମାଟି ଅଧୁଗ୍ରହଣ ହୋଇ ଶିଳ୍ପ , କଳକାରଖାନା ପ୍ରତିଷ୍ଠା ହେଉଛି । ମାତ୍ର ଜିଲ୍ଲାର ବେକାର ଯୁବକମାନଙ୍କୁ ନିଯୁକ୍ତି ନମିଳିବା ଫଳରେ ବାଧ୍ୟହୋଇ ଦାଦନ ଖଟିବାକୁ ଯାଉଛନ୍ତି । ଜିଲ୍ଲାରେ ପ୍ରତିଷ୍ଠିତ ଶିଳ୍ପ ଓ କାରଖାନାରେ ବେକାର ଯୁବକମାନଙ୍କୁ ଅଗ୍ରାଧୂକାର ଭିଭିରେ ନିଯୁକ୍ତି ପାଇଁ ବକ୍ତାମାନେ ଦୃଢ଼ ଦାବି କରିଥିଲେ । ଆନ୍ଦୋଳନର ସ୍ଥଳରୁ ଏକ ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରଜନୀକାନ୍ତ ସ୍ୱାଇଁଙ୍କୁ ସାକ୍ଷାତ କରି ୯ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବା ସହିତ ଦାବି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ଜିଲ୍ଲାବାସୀଙ୍କ ପକ୍ଷରୁ ଉପସ୍ଥାପିତ ଦାବିଗୁଡିକ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନ୍ଦୋଳନର ଚେତାବନୀ ଦେଇ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply