ଭଲ ଖବର ଜମିଜମା ରେକର୍ଡ କମ୍ପୁଟରୀକରଣରେ ଅନୁଗୁଳକୁ ମିଳିବ ଜାତୀୟ ପ୍ଲାଟିନମ ପୁରସ୍କାର Angul OnlineJanuary 18, 2023January 18, 2023 ଭୁବନେଶ୍ୱର – ରାଜ୍ୟରେ ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଟି ଜିଲ୍ଲା ଜାତୀୟ ପୁରଷ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା ଲ୍ୟାଣ୍ଡ ରେକର୍ଡ୍ସ ମର୍ଡନାଇଜେସନ ସୋସାଇଟି (ଓଏଲଆରଏମଏସ)ର ଗଭର୍ଣ୍ଣିଂ ବଡି ବୈଠକରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ଲୋକ ସେବା ଭବନର ଦ୍ଵିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ଦେଶରେ DILRMP ଅନ୍ତର୍ଗତ ଛଅଗୋଟି ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋଟ ୭୫ ଟି ଜିଲ୍ଲାକୁ ପ୍ଲାଟିନମ ପୁରସ୍କାର ନିମନ୍ତେ ଚୟନ କରାଯାଇଛି । ଏଥି ମଧ୍ୟରୁ ଓଡିଶାର ୧୯ ଟି ଜିଲ୍ଲା ଅନ୍ତର୍ଗତ ହୋଇଥିବା ଏକ ବିଶେଷ ସଫଳତା । ଏହି ସବୁ ଜିଲ୍ଲା ଗୁଡିକର ଜମିଜମା ରେକର୍ଡ କମ୍ପୁଟରୀକରଣରେ କାର୍ଯ୍ୟଦକ୍ଷତା ୯୯ ପ୍ରତିଶତରୁ ଅଧିକ ଥିଲା । ଆଗାମୀ ଦିନରେ ଏହିସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନୂଆଦିଲ୍ଲୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଦ୍ଵାରା ଆୟୋଜିତ ଉତ୍ସବରେ ସମ୍ମାନିତ କରାଯିବ । ପ୍ଲାଟିନମ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁର । ବର୍ତ୍ତମାନ ହାଇଟେକ ସର୍ଭେ ପାଞ୍ଚୋଟି ଜିଲ୍ଲା ଯଥା ଦେବଗଡ, ସୁନ୍ଦରଗଡ, ବଲାଙ୍ଗୀର, ସମ୍ବଲପୁର ଓ ସୁବର୍ଣ୍ଣପୁର ରେ କାର୍ଯ୍ୟକାରୀ ହେଉଛି । ଦେବଗଡ ଜିଲ୍ଲାରେ ସର୍ଭେ କାର୍ଯ୍ୟ ଶେଷ ହୋଇଥିଲା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁନ୍ଦରଗଡ ଜିଲ୍ଲାରେ ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଶ୍ରୀ ସାହୁ ସୂଚନା ଦେଇଥିଲେ । ହାଇଟେକ ସର୍ଭେକୁ ବାକିଥିବା ଜିଲ୍ଲା ଗୁଡିକରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ଓରସାକ ଏକ ସବିଶେଷ ପ୍ରସ୍ତାବ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗକୁ ପଠାଇବାପରେ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ । ଲାଇସେନ୍ସ ପ୍ରାପ୍ତ ସର୍ଭେୟରମାନଙ୍କୁ ସରକାରୀ ଓ ବେସରକାରୀ ପଲିଟେକନିକ କଲେଜ ସହ ଅନୁବନ୍ଧିତ କରାଯିବା ପରେ ଏକ ତିନି ମାସିଆ ତାଲିମ ପ୍ରଦାନ ବ୍ୟବସ୍ଥା କରାଯାଇ ସାର୍ଟିଫିକେଟ ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ନିମନ୍ତେ ଧାର୍ଯ୍ୟ କାର୍ଯ୍ୟସୁଚୀକୁ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଶଶଧର ନାୟକ ଉପସ୍ଥାପନ କରିଥିଲେ । ଗତଥର ଅନୁଷ୍ଠିତ ହୋଇଥିବା ବୈଠକରେ ସଭାର ନିଷ୍ପତ୍ତି ଗୁଡିକ ଉପରେ ନିଆ ଯାଇଥିବା ପଦକ୍ଷେପ ସବୁକୁ ଗ୍ରହଣ କରଯାଇଥିଲା । Advertisement
ସହି ପାରିଲା ନାହିଁ ମମତା – ଶିଶୁକୁ କୋଳେଇ ନେଲେ ହୋମଗାର୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ଟ୍ରାଫିକ ପୋଷ୍ଟ ପାଖରେ ଜଣେ ଅଜଣା ମହିଳା ଅଚେତ ଅବସ୍ଥାରେ ପଡିଥିଲେ । ପାଖରେ ଥିଲେ ଦୁଇଟି ୩-୪…
ଅନୁଗୁଳ ଜିଲ୍ଲାରେ ବସିବ ପଣସ ପ୍ରକ୍ରିୟାକରଣ ସ୍ବତନ୍ତ୍ର ୟୁନିଟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପଣସର ମୂଲ୍ୟଯୁକ୍ତ କରାଯାଇ ଚାଷୀଙ୍କୁ ଫାଇଦା ଦେବା ପାଇଁ ଆରମ୍ଭ ହେବ ପଣସ ମିସନ । ପଣସ ଚାଷକୁ ପ୍ରୋତ୍ସାହନ ଦିଆଯିବା…
ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ଅନୁଗୁଳ – ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ…