ମୁଖ୍ୟ ଖବର ସରପଞ୍ଚଙ୍କ ସହ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ Angul OnlineJanuary 26, 2023January 26, 2023 ଅନୁଗୁଳ – ଆବାସ ଯୋଜନାରେ ନାଁ କଟିବା ଯୋଗୁଁ ଅସନ୍ତୋଷ ପ୍ରକାଶ କଲେ ପଞ୍ଚାୟତବାସୀ । ଆଉ ଏଥିପାଇଁ ଗାଁର ମହିଳା ଏକାଠି ହୋଇ ସରପଞ୍ଚ ଏବଂ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ତିନି ଘଣ୍ଟା ଧରି ଅଟକ ରଖିଲେ । ଶେଷରେ ଘଟଣା ସ୍ଥଳରେ ପୁଲିସ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରପଞ୍ଚ ଏବଂ ତାଙ୍କ ସହ ଅଟକ ଥିବା କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତାରାପୁର(କ) ପଞ୍ଚାୟତର ସରପଞ୍ଚ ନବୀନ ବେହେରା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ବେଳେ ସାନ୍ତାରାପୁର ଗାଁର କିଛି ମହିଳା ହଠାତ ଆସି କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଚାୟତର ଜଣେ ମାତ୍ର ହିତାଧିକାରୀଙ୍କ ନାମରେ ଘର ଆସିଥିବା ବେଳେ ଅନ୍ୟ ମାନଙ୍କ ନାମର ଜାଣିଶୁଣି କାଟି ଦିଆ ଯାଇଥିବା ଅଭିଯୋଗ କରି ସେମାନେ ଉଭୟଙ୍କୁ ଅଟକ ରଖିଥିଲେ । ଫଳରେ ଘଟଣା ସ୍ଥଳରେ ଏକ ପ୍ରକାର ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ ପୁଲିସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଖସୁଝା କରିଥିଲା । ତେବେ ପ୍ରାୟ ତିନି ଘଣ୍ଟା ପରେ ଉତ୍ତ୍ୟକ୍ତ ଲୋକ ଶାନ୍ତ ହୋଇଥିଲେ ଏବଂ ସରପଞ୍ଚ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁକୁଳିଥିଲେ । Advertisement
କୃଷ୍ଣା ମହାନ୍ତି ପାଇବେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର ଅନୁଗୁଳ – ଓଡିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ୨୦୨୩ ବର୍ଷ ପାଇଁ ସମ୍ମାନଜନକ…
ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା – କୋକୁନ ଅପରେସନ କରି ଅଭିଯୁକ୍ତକୁ ଧରିଲା ପୁଲିସ ତାଳଚେର – ବହୁ ଚର୍ଚ୍ଚିତ ତାଳଚେର ଷ୍ଟେସନ ଯିବା ରାସ୍ତାରେ ଯୁବତୀକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରିବା ଘଟଣାର ଅଭିଯୁକ୍ତ ବିଶୁ ଗୋଛୟତକୁ ଗିରଫ…