ଆଞ୍ଚଳିକ ବିଜୁ ଯୁବ ଜନତା ଦଳ ଦ୍ବାରା ୪୧ ୟୁନିଟ୍ ରକ୍ତ ସଂଗୃହିତ Angul OnlineJanuary 31, 2021January 31, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଧାୟକ ଶ୍ରୀଯୁକ୍ତ ଶୁସାନ୍ତ କୁମାର ବେହେରାଙ୍କ ଆହ୍ବାନ କ୍ରମେ ପାଟକୁମୁଣ୍ଡା ପଞ୍ଚାୟତର ତେବୁଡ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ , ” ଓଡିଶା – ମୋ – ପରିବାର ” ଆନୁକୁଲ୍ୟରେ ଏହି ୧୮ ତମ ରକ୍ତଦାନ ଶିବିର ” ଜିବନ ବିନ୍ଦୁ ” , ଯୁବ ବିଜେଡି ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଦେହୁରୀ ଓ ବ୍ଲକ ମିଡିଆ ସଞ୍ଜୋଜକ ପ୍ରତାପ ରୁଦ୍ର ବେହେରାଙ୍କ ତତ୍ତ୍ବାବଧନରେ ଆୟୋଜିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମିକୁ ପ୍ରଧାନ , ଯୁବ ବିଜେଡି ବ୍ଲକ ସଭାପତି ଶ୍ରୀଯୁକ୍ତ ଆଶିଷ ପ୍ରଧାନ , ସରପଞ୍ଚ ଡିଲେଶ୍ବର ସ୍ବାଇଁ , ସମିତିସଭ୍ୟ କାଶିନାଥ ସାହୁ ଯୋଗ ଦେଇଥିଲେ । କରୋନା ସମୟରେ ବିଜୁ ଯୁବ ଜନତା ଦଳ ତରଫରୁ ସମୁଦାୟ ୧୦୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବୀରକୁ ପ୍ରତାପ ରୁଦ୍ର ବେହେରା , ଅକ୍ଷୟ କୁମାର ଦ୍ବିବେଦୀ , ଅନିଲ କୁମାର ସାହୁ , ସୁକନାଥ ବେହେରା , ଧିରେନ ନାୟକ , ରଙ୍ଗିଲା ଭୋଇ , ବିପିନ କୁମାର ବେହେରା , ସଞ୍ଜୟ ଦ୍ବିବେଦୀ ଓ କିଶୋର ବେହେରା ପରିଚାଳନା କରିଥିଲେ । Advertisement
ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ…
ଧୁମଧାମରେ ପାଳନ ହେଉଛି ମା ବାସନ୍ତୀ ପୂଜା ଅନୁଗୋଳ – ଅନୁଗୋଳ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେଆଜି…
ଘରୋଇ ବିଦ୍ୟାଳୟ ବିରୋଧରେ ଦାବିପତ୍ର ଅନୁଗୁଳ – ଓଡିଶା ଅଭିବକ ମହାସଂଘ ଅନଗୁଳ ଶାଖା ପକ୍ଷରୁ ଜିଲ୍ଲା ସଂଯୋଜକ ସଂଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର…