ମୁଖ୍ୟ ଖବର ଗ୍ୟାସ ଏଜେନ୍ସିରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ Angul OnlineFebruary 17, 2023February 17, 2023 ଅନୁଗୋଳ – ଅନୁଗୋଳ କୁମଣ୍ଡ ଭଣ୍ଡୁବର ନିକଟରେ ଗ୍ୟାସ ଏଜେନ୍ସିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ଏକ ମୋଟରସାଇକେଲ ସମେତ ଜଳିଗଲା ଜରୁରୀ କାଗଜପତ୍ର ଏବଂ ଅଳ୍ପ କିଛି ଗ୍ୟାସ ଟାଙ୍କି ପୋଡି ନଷ୍ଟ ହୋଇ ଯାଇଛି । ସୂଚନା ଅନୁସାରେ ଭଣ୍ଡୁବର ନିକଟରେ ଥିବା ସୁପ୍ରିୟା ଗ୍ୟାସ ଏଜେନ୍ସିର କର୍ମଚାରୀ ମାନେ ରାତି ପ୍ରାୟ ୯ ଟାରେ ଏଜେନ୍ସି ବନ୍ଦ କରି ଘରକୁ ଯାଇଥିଲେ । ତେବେ ରାତି ପ୍ରାୟ ୧୧ ଟା ବେଳେ ଏଜେନ୍ସିର ସ୍କାୟ ଲାଇଟରୁ ଧୂଆଁ ବାହାରିଥିଲା । ଯାହାକୁ ଦେଖି ଆଖପାଖ ଲୋକ ଭିତରେ ନିଆଁ ଲାଗିଥିବା ସନ୍ଦେହ କରିଥିଲେ । ତେବେ ସଙ୍ଗେ ସଙ୍ଗେ ନିଆଁ ବ୍ୟାପକ ହୋଇ ଏଜେନ୍ସି ଭିତରେ ହୁ ହୁ ହୋଇ ଜଳିଥିଲା । ଏହା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ତିନୋଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ଅଧା ଘଣ୍ଟା ଭିଅଟରେ ନିଆଁକୁ ଆୟତ କରିଥିଲେ । ସେତେବେଳକୁ ଭିତରେ ଥିବା ସମସ୍ତ ଜରୁରୀ କାଗଜପତ୍ର , କିଛି ଗ୍ୟାସ ଟାଙ୍କି ଏବଂ ଏକ ମୋଟରସାଇକେଲ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସାର୍କିଟରି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । Advertisement
ଟ୍ରକ ଧକ୍କାରେ ଦୁଇ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପଵିତ୍ରମୋହନ ଛକ ନିକଟରେ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ମୋଟରସାଇକେଲ ଆରୋହି ମୃତ । ମୃତକ ମଧ୍ୟରୁ ଜଣେ…
ବିବାଦ ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ – ରୋଗୀଙ୍କୁ ଝଡାଫୁଙ୍କା , ସମ୍ପର୍କୀୟଙ୍କୁ ମାଡ଼ ଅଭିଯୋଗ ଅନୁଗୁଳ – ବିବାଦ ପିଛା ଛାଡ଼ୁନି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର । ପୂର୍ବରୁ ୱାର୍ଡ ଭିତରେ ସାପ କାମୁଡା ରୋଗୀଙ୍କୁ ଝଡାଫୁଙ୍କାର ଅଭିଯୋଗ ଅନେକ ଥର ଆସିଛି…
ସରକାରୀ ଏସି ଗାଡ଼ିରେ ବୁଲୁଛି ବାବୁଙ୍କ ବିଲାତି କୁକୁର ଅନୁଗୁଳ – ସରକାରୀ ଗାଡ଼ିରେ ବୁଲୁଛି ବାବୁଙ୍କ ବିଲାତି କୁକୁର । ତା ପୁଣି ଏସି ଲଗେଇ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାପାଳଙ୍କ…