ସରକାରୀ ଏସି ଗାଡ଼ିରେ ବୁଲୁଛି ବାବୁଙ୍କ ବିଲାତି କୁକୁର

ଅନୁଗୁଳ – ସରକାରୀ ଗାଡ଼ିରେ ବୁଲୁଛି ବାବୁଙ୍କ ବିଲାତି କୁକୁର । ତା ପୁଣି ଏସି ଲଗେଇ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ । ତେବେ ଗାଡି ଓ ବାବୁ ବାହାର ଜିଲ୍ଲାର ବୋଲି ଜଣା ପଡିଛି । ସୂଚନା ଅନୁସାରେ ଆଜି ଅପରାହ୍ନରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ OD 09 Q 2833 ନମ୍ବର ଧାରୀ ଏକ ମହିନ୍ଦ୍ରା ଗାଡି ବୁଲୁଥିଲା । ଯେଉଁଥିରେ ଏହା ବନ ବିଭାଗର ଗାଡି ବୋଲି ଫଳକ ମଧ୍ୟ ଲାଗିଥିଲା । ତେବେ ଗାଡି ଭିତରେ କୌଣସି ସରକାରୀ ବାବୁ ନଥିଲେ । ଏସି ଗାଡି ଭିତରେ ବୁଲୁଥିଲା ବିଲାତି କୁକୁର । ଚାଳକଙ୍କୁ ପଚାରିବାରୁ ଏହା କେନ୍ଦୁଝର ବନ ବିଭାଗର ଗାଡି ଏବଂ ବାବୁଙ୍କ ଘର ଅନୁଗୁଳକୁ ଆସିଛନ୍ତି ବୋଲି କହିଥଲେ । ବାବୁ ଜଣଙ୍କ କିଏ ବୋଲି ଚାଳକ ସ୍ପଷ୍ଟ କରି ନଥିଲେ ମଧ୍ୟ ବାବୁ କୁଆଡେ ତାଙ୍କ ବନ୍ଧୁକ ଲାଇସେନ୍ସର ରିନ୍ୟୁଆଲ ପାଇଁ ଆସିଥିବା ଜଣା ପଡ଼ିଛି । ତେବେ ବାବୁ ଜଣଙ୍କ ଘର ଅନୁଗୁଳ ସହରରେ ହୋଇଥିବା ବେଳେ ବାବୁଙ୍କ କୁକୁର ଗାଡ଼ିରେ ବୁଲୁଥିଲା । ତା ପୁଣି ଏସି ଲଗାଇ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖୁଥିବା ଲୋକ ସବୁ ଏଭଳି ଘଟଣା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ନିନ୍ଦା କରିଥିଲେ । ସାଧାରଣ ଲୋକଙ୍କ କର ଖଜଣା ଟଙ୍କାରେ ଲାଗୁଥିବା ଗାଡିକୁ ଅପବ୍ୟବହାର କରୁଥିବା ବାବୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored