ଅପରାଧ ଚୋରା କୋଇଲା ଚାଲାଣ ଅଭିଯୋଗରେ ଚାରି ଗିରଫ Angul OnlineFebruary 18, 2023February 18, 2023 ଅନୁଗୋଳ – ଚୋରା କୋଇଲା ଚାଲାଣ ଅଭିଯୋଗରେ ଅନୁଗୋଳ ସଦର ଥାନା ପୋଲିସ ଆଜି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ , ନତଡା ଛକ ଠାରୁ ଦୁଇଟି ମିନି ଟ୍ରକରେ ଚୋରା କୋଇଲା ଚାଲାଣ ହେଉଥିବା ଖବର ପାଇ ପୁଲିସ ଦୁଇଟି ଗାଡି ଜବତ କରିଥିଲେ । ଏହି ଚୋରା କୋଇଲା ଚାଲାଣ ଅଭିଯୋଗରେ ସଦର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ଚାଲାଣ କରୁଥିବା ଭଜମନ ବେହେରା , ନଗେନ୍ ବିଶ୍ବାଳ , ଭିକାରୀ ବାଘ , ଆର୍ଯ୍ୟାଜିତ୍ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚୋରା ଚାଲାଣ ରେ ଆହୁରି ୧୨ ଜଣ ସମ୍ପୃକ୍ତ ଥିବା ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି । ଏହି ଚୋରା କୋଇଲା ତାଳଚେର ହିଙ୍ଗୁଳା କୋଇଲା ଖଣିରୁ ଚୋରା ଚାଲାଣ ହେଉଥିବା ଜଣା ପଡିଛି । Advertisement
ଚୋରା ବନ୍ଧୁକ ତିଆରି ବେଳେ ପୁଲିସର ଚଢାଉ – ୨ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ପୁଲିସ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ଉପରେ ଚଢାଉ କରିଥିବା ବେଳେ ଦେଶୀ ବନ୍ଧୁକ ସହ ଜଣକୁ ଗିରଫ…
ନାବାଳକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ସହରରୁ ଖେଳୁଥିବା ବେଳେ ଜଣେ ନାବାଳକକୁ ଅପହରଣ କରି ନେଇଥିବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…
ସ୍ତ୍ରୀର ଦ୍ଵିତୀୟ ସ୍ୱାମୀକୁ ଗଳା କାଟି ହତ୍ୟା କଲା ପ୍ରଥମ ସ୍ୱାମୀ – କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ମସୁଣିହତା ଗ୍ରାମରେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି । ମୃତକ ହେଲେ ମସୁଣିହତା ଗ୍ରାମର ୨୫ ବର୍ଷୀୟ…