ଆଞ୍ଚଳିକ କୋଇଲା ଖଣିରେ ଦୁର୍ଘଟଣା – ଜଣେ ମୃତ Angul OnlineFebruary 20, 2023February 20, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣି ୨ ନମ୍ବର ସାଇଡିଂ ଠାରେ କୋଇଲା ଵୋଝେଇ ହାଇୱା ମାଡିଯିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସଞ୍ଜୟ ଦାସ । ସେ ଅନନ୍ତ କୋଲୋନିରେ ରହୁଥିବା ଜଣାପଡିଛି । ଘଟଣା ସ୍ଥଳରେ କୋଲିୟାରି ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରୀ ରଖିଛି । ସଞ୍ଜୟ ଜଣେ ଠିକାଦାର ହୋଇଥିବା ବେଳେ ସେ MCL ରେ ଗେଷ୍ଟ ହାଉସର ଠିକା କାର୍ଯ୍ୟ ନେଇଥିଲେ । ତାଙ୍କର କୋଇଲା ସାଇଡିଂରେ କୌଣସି କାର୍ଯ୍ୟ ନଥିବାବେଳେ ସେ ସେଠାକୁ କିପରି ଗଲେ ଓ ତାଙ୍କ ଉପରେ କୋଇଲା ବୋଝେଇ ହାଇୱା କିଭଳି ମାଡ଼ିଗଲା ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ମୃତକଙ୍କ ପରିବାର ଲୋକେ । ଅଭିଯୋଗ ମିଳିବା ପରେ ଏ ନେଇ ପୁଲିସ ଅଧିକ ତଦନ୍ତ କରୁଛି । Advertisement
ବଦଳିଲେ ବଅଁରପାଳ ଥାନା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିକାରୀ ସୁନୀଲ କୁମାର କରଙ୍କୁ ବଅଁରପାଳ ଥାନାରୁ ବଦଳି କରା ଯାଇଛି । ତାଙ୍କୁ ଅନୁଗୁଳ ମହିଳା ଓ…
ଅନୁଗୁଳରେ ‘ମ୍ୟାନେଜମେଣ୍ଟ୍ ଶିକ୍ଷା କେନ୍ଦ୍ର’ର ଶୁଭାରମ୍ଭ ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୁଳ ଜିଲ୍ଲାର ନାଲକୋ ନଗରରେ ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ…
ଆମ୍ବ ବୋଝେଈ ପିକଅପ ଭ୍ଯାନ ଦୁର୍ଘଟଣା – ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ବଡକେରା ଛକ ନିକଟରେ ବିଳମ୍ବିତ ରାତିରେ ଏକ ଟ୍ରଲରକୁ ଆମ୍ବ ବୋଝେଇ ପିକଅପ ଧକ୍କା…