ମୁଖ୍ୟ ଖବର ଅଗ୍ନିକାଣ୍ଡରେ ୧୦ ଛେଳି ଜୀବନ୍ତ ଦଗ୍ଧ Angul OnlineMarch 6, 2023March 6, 2023 ଅନୁଗୋଳ – ଅନୁଗିଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କୁସୁମପାଟରେ ଘର ପୋଡ଼ି ଘଟଣାରେ ଜଣେ ମହିଳା ଗୁରୁତର ହେବା ସହ ୧୦ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି । ସୂଚନା ମୁତାବକ , ରବିବାର ସଂଧ୍ୟାରେ ବିଦ୍ୟାଧର ଦେହୁରୀଙ୍କ ଘରେ ହଠାତ ନିଆଁ ଲାଗି ଯାଇଥିଲା । ଫଳରେ ବିଦ୍ୟାଧରଙ୍କ ସ୍ତ୍ରୀ ପୋଡ଼ି ହୋଇ ଆହତ ହୋଇଛନ୍ତି । ତାଙ୍କ ତିନି ବଖରା ଘରର ସମସ୍ତ ଆସବାବ ପତ୍ର ପୋଡି ଯାଇଥିବା ବେଳେ ଆଠରୁ ଦଶ ଛେଳି ମଧ୍ୟ ପୋଡି ହୋଇ ପ୍ରାଣ ହରାଇଛନ୍ତି । ଅନୁଗୋଳରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ବିଦ୍ୟୁତ ସର୍ଟସାର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ ଏଥିରେ ବିଦ୍ୟାଧର ଓ ସୁନୀଲ ଦେହୁରୀଙ୍କ ତିନି ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଜଣା ପଡ଼ିଛି । Advertisement
ଜିଲ୍ଲା ପୁଲିସରେ ପୁଣି ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସରେ ପୁଣି ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ୩ ଜଣ ଏସ୍ଆଇ ଓ ୭ ଜଣ ଏଏସ୍ଆଇଙ୍କୁ ବଦଳି…
ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟରେ ୬୨ ରାଙ୍କ ରଖିଲେ ଅନୁଗୋଳର ଆଶାଜ୍ଯୋତି ଅନୁଗୋଳ – ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଅନୁଗୋଳ ସହର ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ବାପା…
ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଠାରେ ଥିବା ନକୁଳଚନ୍ଦ୍ର ମୁକ ବଧିର ବିଦ୍ୟାଳୟର ଜଣେ ନିଖୋଜ ଛାତ୍ରୀଙ୍କ ଆଜି ମୃତଦେହ ଉଧାର…