ଅପରାଧ ଫୁଟେ ଜାଗା ପାଇଁ ଦୁଇ ପରିବାର ଭିତରେ ଗଣ୍ଡଗୋଳ – ଟାଙ୍ଗିଆ ଆକ୍ରମଣରେ ଜଣେ ମୃତ ଦୁଇ ଗୁରୁତର Angul OnlineMarch 23, 2023March 23, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବଡ଼ ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଉଭୟ ପରିବାର ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ବଡ଼ହିଂସର ଗାଁର ନବିନା ସାହୁ ଓ ରଘୁନାଥ ସାହୁ ଙ୍କ ପରିବାର ମଧ୍ୟରେ ଗୋଟିଏ ଫୁଟ ଜାଗା ପାଇଁ ଅନେକ ଦିନ ହେଲା ଗଣ୍ଡଗୋଳ ଲାଗି ରହିଛି । ତେବେ ଆଜି ସକାଳୁ ଏହି ସୀମା ବିବାଦ ପାଇଁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷରୁ ବାଡ଼ି ଓ ଟାଙ୍ଗିଆରେ ମଧ୍ୟ ଆକ୍ରମଣ କରା ଯାଇଥିଲା । ତେବେ ରଘୁନାଥଙ୍କ ପରିବାର ପକ୍ଷରୁ ଟାଙ୍ଗିଆ ଆକ୍ରମଣରେ ନବିନା ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଅଶାନ୍ତି ସାହୁ ଗୁରୁତର ହୋଇଥିଲେ । ସେଇଭଳି ନବିନା ସାହୁଙ୍କ ପକ୍ଷରୁ ହୋଇଥିବା ଆକ୍ରମଣରେ ରଘୁନାଥଙ୍କ ପୁଅ ବାପି ସାହୁ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି । ଆଶାନ୍ତି ଓ ବାପିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ଖବର ପାଇ ଜରପଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଲାଞ୍ଚ ନେବା ବେଳେ ପୁଲିସ ଏ.ଏସ୍.ଆଇ.କୁ ଗିରଫ କଲା ଭିଜିଲାନସ ଅନୁଗୋଳ – ଭିଜିଲାନ୍ସ ଜାଲରେ ପୁଣି ଜଣେ ପୁଲିସ ବାବୁ । ଅନୁଗୋଳ ଜିଲ୍ଲା କିଆକଟା ଥାନା ଏ.ଏସ୍.ଆଇ. ନବୀନ କୁମାର ଶତପଥୀ ବୌଦ୍ଧ ବସଷ୍ଟାଣ୍ଡ…
ଡିକି ଭାଙ୍ଗି ଟଙ୍କା ଲୁଟେରାଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ଼ ଅନୁଗୁଳ – ଚୋରଙ୍କୁ ବାନ୍ଧି ନିର୍ଧୁମ ପିଟିଲେ ଲୋକ । ଖୁଣ୍ଟ ରେ ବାନ୍ଧିଦେଲେ ଆଉ ତାପରେ ଯିଏ ପାରିଲା ବିଧା , ଆଣ୍ଠୁଆ ମାରି ଚାଲିଲା…
ଗୋ ହତ୍ୟା ଅଭିଯୋଗରେ ୩ ଗିରଫ ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମଙ୍ଗଳବାର ଗୋ ହତ୍ୟା ଅଭିଯୋଗରେ ପରଙ୍ଗ ଗ୍ରାମରୁ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲଣ…