ଅପରାଧ ବଡ଼ହିଂସର ହତ୍ୟା ଘଟଣା – ତିନି ଜଣ ଗିରଫ Angul OnlineMarch 23, 2023March 23, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବଡ଼ ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଉଭୟ ପରିବାର ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସୂଚନା ଅନୁସାରେ ବଡ଼ହିଂସର ଗାଁର ନବିନା ସାହୁ ଓ ରଘୁନାଥ ସାହୁଙ୍କ ପରିବାର ମଧ୍ୟରେ ଗୋଟିଏ ଫୁଟ ଜାଗା ପାଇଁ ଅନେକ ଦିନ ହେଲା ଗଣ୍ଡଗୋଳ ଲାଗି ରହିଛି । ତେବେ ଆଜି ସକାଳୁ ଏହି ଜାଗାରେ ନବିନା ସାହୁ ଖୁଣ୍ଟ ପୋତୁଥିବା ବେଳେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷରୁ ବାଡ଼ି ଓ ଶାବଳରେ ଆକ୍ରମଣ କରା ଯାଇଥିଲା । ତେବେ ରଘୁନାଥ ଏକ ଶବଳରେ ନବିନାଙ୍କ ମୁଣ୍ଡ ପଛରେ ଆକ୍ରମଣ କରିବାରୁ ନବିନା ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା । ସେହିଭଳି ବେଳେ ତାଙ୍କ ସ୍ତ୍ରୀ ଅଶାନ୍ତି ସାହୁ ଗୁରୁତର ହୋଇଥିଲେ । ସେଇଭଳି ନବିନା ସାହୁଙ୍କ ପରିବାର ପକ୍ଷରୁ ହୋଇଥିବା ଆକ୍ରମଣରେ ରଘୁନାଥଙ୍କ ପୁଅ ବାପି ସାହୁ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି । ଆଶାନ୍ତି ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ସେହିଭଳି ମାନସଙ୍କ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିଲା । ଖବର ପାଇ ଜରପଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିଥିବା ବେଳେ କେସ ନମ୍ବର ୯୬ରେ ମାମଲା ରୁଜ୍ଜୁ କରିଥିଲା । ପରେ ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ଶ୍ରୀମତୀ ସାହୁ , ମାନସ ସାହୁ , ରଘୁନାଥ ସାହୁ । ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ଜରପଡା ଥାନା ଅଧିକାରୀ ସରୋଜ କୁମାର ସାମଲ ପ୍ରକାଶ କରିଛନ୍ତି । Advertisement
୧୧ କେଜି ଗଞ୍ଜେଇସହ ୨ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଗୁରୁବାର ୧୧ କେଜି ଗଞ୍ଜେଇସହ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ଦେବଗଡ଼…
ସାମାଜିକ ଗଣମାଧ୍ୟମରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ – ଥାନାରେ ମାମଲା ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ଫଟୋରେ ଅଶ୍ଳୀଳ ଫଟୋ ଯୋଡି ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରା ଯାଇଥିବା ନେଇ ଅଭିଯୋଗ ହୋଇଛି…
ମାଟିତଳୁ ମିଳିଲା ହାତୀ କଙ୍କାଳ – ବନ ବିଭାଗ କର୍ମଚାରୀ ମୁଖ୍ୟ କାର୍ପଟ୍ଦାର ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇ ଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେଲେ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି…