ମୁଖ୍ୟ ଖବର ଦୁର୍ଗାବିହାର ଅଂଚଳରୁ ସେକ୍ସ ରାକେଟ ଠାବ Angul OnlineMarch 31, 2023March 31, 2023 ଅନୁଗୋଳ – ଅନୁଗୋଳ ସହର ଉପକଣ୍ଠ ଦୁର୍ଗାବିହାର ଅଂଚଳରୁ ସେକ୍ସ ରାକେଟ ଠାବ କରିଛି ଅନୁଗୋଳ ପୁଲିସ । ଅନେକ ଦିନ ହେଲା ଏକ ଭଡା ଘରେ ସେକ୍ସ ରାକେଟ ଚାଲୁଥିବା ପୁଲିସ ପାଖରେ ଖବର ଥିବା ବେଳେ ସମ୍ପୃକ୍ତ ଘର ଉପରେ ନଜର ରଖିଥିଲା । ଗତକାଲି ରାତିରେ ଗରାଖ ଥିବା ସମୟରେ ପୁଲିସ ସଦଳବଳେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଘର ଭିତରୁ ଦୁଇ ଜଣ ଗରାଖଙ୍କୁ ଗିରଫ କରିଥିଲା । ଏହା ସହ ଏହି ସେକ୍ସ ରାକେଟ ଚଳାଇଥିବା ଦେବଗଡ଼ ଅଞ୍ଚଳର ମହିଳା କିଙ୍ଗପିନ ସମେତ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରା ଯାଇଥିଲା । ଘରୁ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରା ଯାଇଥିବା ପୁଲିସ ସୂଚନା ଦେଇଛି । Advertisement
ତାଳଚେରର ପୁଅ – ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ଅନୁଗୁଳ – ୟୁପିଏସସି ପରୀକ୍ଷାରେ ଝଟକିଛନ୍ତି ଅନୁଗୁଳ ଜିଲ୍ଲା ତାଳଚେରର ପୁଅ ଅନିମେଶ ପ୍ରଧାନ । ୧ ହଜାର ୧୬ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଦ୍ବିତୀୟ ସ୍ଥାନରେ ବାଜି…
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଫ୍ୟାନରେ ଝୁଲି ମହିଳାଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ଝୁନି ଅମାନ୍ତ ୨୨ବର୍ଷ ତଳେ କାଣ୍ଡସର ଗ୍ରାମରେ ବିବାହ…
ସ୍ଵାମୀ ସହ ଆସି ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ ଅନୁଗୁଳ – ସ୍ଵାମୀ ସହ ବୁଲିବାକୁ ଆସିଲେ । ଆଉ ମଉକା ଦେଖି ପ୍ରେମିକ ସହ ଛୁ ମାରିଲା ଗୋଟିଏ ସନ୍ତାନର ମା । ଏଭଳି ଘଟଣା…