ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସମୁଖ ବଜାରରୁ ଦିନ ଦିପ୍ରହରେ ମୋଟରସାଇକେଲ ଡିକିରୁ ୩୮ ହଜାର୫୦୦ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବାହାଳସାହି ଗ୍ରାମର ପ୍ରତାପ କୁମାର ସାହୁ ନାମକ ଜଣେ ଚାଷୀ ଛେଣ୍ଡିପଦା ଷ୍ଟେଟବ୍ୟାଙ୍କରୁ ନିଜ ଧାନବିକ୍ରି ଟଙ୍କା ଉଠାଇଥିଲେ । ବ୍ୟାଙ୍କରୁ ବାହାରିବା ପରେ ମୋଟରସାଇକେଲ ଡିକିରେ ଟଙ୍କା ରଖି ଏକ ଦୋକାନରେ ପେଟ୍ରୋଲ ଭର୍ତ୍ତି କରି ଦୋକାନିକୁ ଟଙ୍କା ଦେବାପାଇଁ ଯାଇଥିଲେ । ସେହି ସମୟରେ ୨ଜଣ ଦୃବୁର୍ତ୍ତ ଏକ ମୋଟରସାଇକେଲରେ ଆସି ଡିକିରୁ ୩୮ ହଜାର ୩୦୦ ଶହ ଟଙ୍କା ସହ ବ୍ୟାଙ୍କ ଖାତାଟି ନେଇ ଚମ୍ପଟ ମାରିଥିଲେ । ଏହା ଦେଖି ପ୍ରତାପ ପାଟି କରିଥିଲେ । ପ୍ରତାପଙ୍କ ପାଟି ଶୁଣି ରଣଜିତ ସାହୁ ନାମକ ଜଣେ ଯୁବକ ଲୁଟେରାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ରଣଜିତ, ଲୁଟେରାଙ୍କ ସାର୍ଟ ଧରି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଲୁଟେରା ମାନେ ରଣଜିତଙ୍କୁ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ରଣଜିତଙ୍କ ହାତରେ ସାମାନ୍ୟ ଆଘାତ ଲାଗିବା ଯୋଗୁଁ ଲୁଟେରା ମାନେ ତାଙ୍କ କବଳରୁ ଖସି ଦ୍ରୁତଗତିରେ ମୋଟରସାଇକେଲ ନେଇ ଅନୁଗୁଳ ଆଡକୁ ପଳାଇଥିଲେ । ଖବର ପାଇ ଛେଣ୍ଡିପଦା ପୋଲିସ ପହଞ୍ଚି ଛାନଭିନ୍ କରୁଛି । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ କୌଣସି ସନ୍ଧାନ ମିଳି ପାରି ନାହିଁ ।
What’s your Reaction?
+1
+1
+1
+1
+1
+1
+1