ଜିଲ୍ଲା ପୋଲିସରେ ଅଦଳବଦଳ

ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସଆଇ ଓ ଏଏସଆଇ ସ୍ତରରେ ଅଦଳବଦଳ କରା ଯାଇଛି । ଅନୁଗୁଳ ଏସପି ଜଗମୋହନ ମୀନାଙ୍କ ନିର୍ଦେଶକ୍ରମେ ଜିଲ୍ଲାର ୧୫ ଜଣ ଏସଆଇ ଓ ୩୨ ଜଣ ଏଏସଆଇଙ୍କୁ ଅଦଳବଦଳ କରା ଯାଇଛି । ଏହି ନିର୍ଦେଶ ଅନୁସାରେ ଅନୁଗୁଳ ଥାନାର ଏସଆଇ ବିପ୍ଲବ ସାହୁ ଓ ଗୋଲବଦନ ମାଝିଙ୍କୁ ଅନୁଗୁଳ ଥାନାରୁ ଯଥାକ୍ରମେ ତାଳଚେର ଓ ପାଲଲହଡା ଥାନାକୁ ବଦଳି ହୋଇଛି । ସେହିପରି ବଅଁରପାଳ ଥାନାରୁ ତ୍ରିଲୋଚନ ଖାଟୁଆଙ୍କୁ କଣିହାଁ ଥାନାକୁ , ଜରପଡା ଥାନାର ପ୍ରଶାନ୍ତ ପ୍ରଧାନଙ୍କୁ ଅନୁଗୁଳ ଥାନା , ଛେଣ୍ଡିପଦା ଥାନାରୁ ପ୍ରତାପ କୁମାର ଦଳେଇଙ୍କୁ ଅନୁଗୁଳ ଥାନା , ବାଗଡିଆ ଫାଣ୍ଡିରୁ ଅବଦୁଲ ୱାସିମ ଖାନଙ୍କୁ ଅନୁଗୁଳ ଥାନା , ତାଳଚେର ଥାନାରୁ ଅର୍ଚ୍ଚନା ନାୟକଙ୍କୁ କୋଲିଆରି ଥାନା ଓ ଗଙ୍ଗାଧର ବେହେରାଙ୍କୁ ଜରପଡା ଥାନା , କୋଲିଆରି ଥାନାରୁ ସତୀଶ କୁମାର ଲେଙ୍କାଙ୍କୁ ବଅଁରପାଳ ଥାନା , ବିକ୍ରମପୁର ଥାନାରୁ ଗୁରୁବାରି ଶଏଙ୍କୁ ହଣ୍ଡପା ଥାନା , ତାଳଚେର କୋର୍ଟରୁ ରଘୁନାଥ ମୁଣ୍ଡାଙ୍କୁ ବିକ୍ରମପୁର ଥାନା , ଆଠମଲ୍ଲିକ ଥାନାରୁ ଦେବଯାନୀ ଛତରଙ୍କୁ ଅନୁଗୁଳ ଥାନା , ହଣ୍ଡପା ଥାନା ସରୋଜ କୁମାର ଦାଶଙ୍କୁ କଣିହାଁ ଥାନା , ପାଲଲହଡା ଥାନାର ଆଶିଷ କୁମାର ଦାସଙ୍କୁ ବାଗଡିଆ ଫାଣ୍ଡି ଓ କଣିହାଁ ଥାନାର ପ୍ରଶାନ୍ତ କୁମାର ସେଠୀଙ୍କୁ କୋଲିଆରି ତାଙ୍କୁ ବଦଳି କରା ଯାଇଛି । ସେହିପରି ୩୨ ଜଣ ଏଏସଆଇଙ୍କୁ ମଧ୍ୟ ଅନୁଗୁଳ ଏସପି ବଦଳି ନିର୍ଦେଶ ଦେଇଥିବା ଜଣା ପଡିଛି ।

                       

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored