ମୁଖ୍ୟ ଖବର ହାତୀ ଆକ୍ରମଣରେ ବୃଦ୍ଧ ମୃତ Angul OnlineApril 18, 2023April 18, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ତଳା ରେଞ୍ଜ କନ୍ତମେଘ ଗାଁରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ସେହି ଗାଁର ରମେଶ ଦେହୁରୀ । ସୂଚନା ଅନୁସାରେ ରମେଶ ଆଜି ଭୋର ସମୟରେ ଗାଁ ମୁଣ୍ଡ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ତେବେ ସେଠାରେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ରମେଶଙ୍କ ମୃତ୍ୟୁକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ବନ ବିଭାଗ ଓ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । Advertisement
ଆତ୍ମାହୁତି ଦେବା ପୂର୍ବରୁ ବୃଦ୍ଧଙ୍କୁ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଜଣେ ବୃଦ୍ଧ ଆତ୍ମାହୁତି ଦେବାକୁ ଆସିଥିବା ବେଳେ କିଛି ଘଟିବା ପୂର୍ବରୁ ସୂଚନା ପାଇ ବୃଦ୍ଧ ଜଣଙ୍କୁ…
ଗେଲ ଇଣ୍ଡିଆର ଏକ ପାଇପ ଲାଇନରୁ ଗ୍ଯାସ ଲିକ – ଭୟଭୀତ ଅଞ୍ଚଳବାସୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ପିଙ୍ଗୁଆ ଠାରେ ଗ୍ୟାସ ପାଇପଳାଇନରୁ ଗ୍ୟାସ ଲିକ ହୋଇଥିଲା ଯାହା ଫଳରେ ପିଙ୍ଗୁଆ ଲୋକ ଭୟଭୀତ ହୋଇ ପଡିଥିଲେ । ସୂଚନା…
ସୁଭଦ୍ରା ଟଙ୍କା ଉଠାଇବାକୁ ଯାଉଥିବା ବେଳେ ମୋଟରସାଇକେଲରୁ ପଡ଼ି ମହିଳା ମୃତ ଅନୁଗୁଳ – ମୋଟରସାଇକେଲରୁ ପଡ଼ି ଜଣେ ମହିଳା ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ତାଳଚେର…