ଆଞ୍ଚଳିକ ହସପିଟାଲକୁ ଆମ ହସପିଟାଲରେ ଯୋଜନାରେ ସାମିଲ ଦାବି ନେଇ ଆନ୍ଦୋଳନ Angul OnlineApril 20, 2023April 20, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଆଜି ଛେଣ୍ଡିପଦା ଠାରେ ଆନ୍ଦୋଳନ କରାଯାଇଥିଲା । ଯେଉଁଥିରେ ଏହି ହସପିଟାଲ ଉପରେ ନିର୍ଭର କରୁଥିବା ପ୍ରାୟ ୪୦ ଗାଁର ଲୋକ ସାମିଲ ହୋଇଥିଲେ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀର ସଦର ମହକୁମା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରାଯାଇଛି । ଛେଣ୍ଡିପଦା ହସପିଟାଲଟି ଏହି ନିର୍ବାଚନ ମଣ୍ଡଳୀର ସର୍ବ ପୁରାତନ CHC ଏବଂ ସଦର ମହକୁମାରେ ଅବସ୍ଥିତି ସତ୍ୱେ ଏଠାରେ ବ୍ୟତିକ୍ରମ ଦେଖାଦେଇ ଅନ୍ୟତ୍ର ଯୋଜନା ସ୍ଥାନାନ୍ତର କରାଯାଇଛି । ଆମ ହସପିଟାଲ ଯୋଜନା ପାଇଁ ଛେଣ୍ଡିପଦା CHC ରେ ସମସ୍ତ ପ୍ରସ୍ତୁତି ସରିଥିଲା । ପ୍ରଶାସନିକ ସ୍ତରର ଏକ ଟିମ ଅଭାବ ଅସୁବିଧା ତଦନ୍ତ କରି ଉନ୍ନତିକରଣ ପାଇଁ ଚିଠା ପ୍ରସ୍ତୁତ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହା ଅନ୍ୟତ୍ର ସ୍ଥାନାନ୍ତର ହୋଇ ଯାଇଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ଛେଣ୍ଡିପଦା ଡାକ୍ତରଖାନା ଉପରେ ସର୍ବାଧିକ ଲୋକ ମଧ୍ୟ ନିର୍ଭରଶୀଳ ରୁହନ୍ତି । ଏଣୁ ପୂର୍ବ ନିର୍ଦ୍ଧାରିତ ଛେଣ୍ଡିପଦା ଡାକ୍ତରଖାନାକୁ ଆମ ଡାକ୍ତରଖାନା ଯୋଜନାରେ ସାମିଲ କରିବାକୁ ଦାବି କରି ଆନ୍ଦୋଳନକାରୀ ମାନେ ଏକ ଶୋଭାଯାତ୍ରାରେ ଆସି ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରି ଜିଲ୍ଲାପାଳ , ସ୍ୱାସ୍ଥ୍ୟ ବିଭାଗ , ବିଧାୟକ ଓ 5ଟି ସଚିବଙ୍କୁ ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଏଥିରେ ସୁଫଳ ନ ମିଳେ ତେବେ ଆଗକୁ ଜନ ଆନ୍ଦୋଳନ କିମ୍ବା ଗଣଧାରଣା ଦିଆଯିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି । Advertisement
ଟ୍ରକ ସହ ମୋଟରସାଇକେଲ ଧକ୍କା – ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ସାନହିଁସର ଛକଠାରେ ଅପରାହ୍ନରେ ଏକ ଟ୍ରକ ସହ ଏକ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ମଟରସାଇକେଲ…
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଫିଟନେସ ଦିବସ ପାଳିତ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ମଚାରୀ ଆଜି ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସକୁ ଫିଟନେସ ଦିବସ ଭାବେ ପାଳନ…
ଚିକିତ୍ସାଧୀନ ହାତୀ ଛୁଆର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ଆଜି(ମଙ୍ଗଳବାର) ଏକ ହାତୀଛୁଆର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୩ ରୁ ୪…