ସମସ୍ୟା ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଦାବି Angul OnlineApril 20, 2023April 20, 2023 ଅନୁଗୋଳ – ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଲଗାଇବାକୁ ଦାବି ନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁକୁ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ । ଜାତୀୟ ରାଜପଥ ୫୫ର ବଅଁରପାଳ ଠାରୁ ବଡକେରା ପର୍ଯ୍ୟନ୍ତ ସବୁ ସମୟରେ ଭିଡ଼ ରହୁଛି । ମୁଖ୍ୟତଃ ସକାଳ ୮ ରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ସାଧାରଣ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ତେବେ ଏହି ସମୟରେ ବଡ ବଡ ଭରିଯାନ ଚଳାଚଳ ହେଉଥିବା ଯୋଗୁଁ ରାସ୍ତା ଜାମ ହେବା ସହ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଯାହା ଫଳରେ ନିରୀହ ଲୋକଙ୍କ ଜୀବନ ଯାଉଛି । ଏଣୁ ଏହି ସମୟରେ ଜାତୀୟ ରାଜପଥ ୫୫ ରେ ଭରିଯାନ ଚଳାଚଳ ନେଇ କଟକଣା ଲାଗୁ କରିବାକୁ ଦାବି କରାଯାଇଛି । Advertisement
ରାସ୍ତା ନଥିବାରୁ ଶଗଡରେ ଗଲେ ରୋଗୀ ଅନୁଗୋଳ – ସରକାର ବିକାଶର ଡିଡିମ୍ବ ପିଟୁଥିବା ବେଳେ ଆଜି ବି ଶିଳ୍ପ ଶମୃଦ୍ଧ ଅନୁଗୋଳ ଜିଲ୍ଲାର ଅନେକ ଜାଗା ଅଛି ଯେଉଁଠିକୁ ଭଲ ରାସ୍ତାଟିଏ ନାହିଁ…
ଠିକା କର୍ମଚାରୀଙ୍କ ଦରମା ଟଙ୍କାରେ ସୁଧ ବେପାର !!!! ଅନୁଗୋଳ – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖଟୁଛନ୍ତି ଆଉଟସୋରସିଂ କର୍ମଚାରୀ । ସକାଳରୁ ସଞ୍ଜ , ନିର୍ଘାତ ଖଟୁଛନ୍ତି । ଡ୍ୟୁଟିକୁ ଆସିବା ପରଠୁ ସାଧାରଣ ଲୋକ…
ଟିକାକରଣରେ ୨୧ ତମ ସ୍ଥାନରେ ଅନୁଗୁଳ ଅନୁଗୁଳ – ଗୋଟିଏ ପଟେ ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଜିଲ୍ଲାରେ ଟିକାକରଣ ଅଭିଯାନ ନୈରାଶ୍ୟଜନକ ରହୁଛି । ରାଜ୍ୟରେ ୩୦ଟି…