ଅପରାଧ ଧରା ହେଲେ ଡିଜେଲ ମାଫିଆ – ୯୫୦ ଲିଟର ତେଲ ଜବତ , ପାଞ୍ଚ ଗିରଫ Angul OnlineFebruary 5, 2021February 5, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା କାଜୁ ଜଙ୍ଗଲ ନିକଟ ଏକ ପଡିଆରୁ ଶୁକ୍ରବାର ଭୋର ସମୟରେ ଏକ ଡିଜେଲ ଚୋରା ରାକେଟ ଉପରେ ଜିଲ୍ଲା ପୋଲିସର ସ୍ଵତନ୍ତ୍ର ସ୍କ୍ବାର୍ଡ ପୋଲିସ ଚାଢାଉ କରି ବିପୁଳ ପରିମାଣର ଡିଜେଲ ସମେତ ଦୁଇଟି ବୋଲେରୋ , ଦୁଇଟି ମୋଟରସାଇକେଲ , ଗୋଟିଏ ସ୍କୁତି ଜବତ କରିଛି । ଏହା ସହ ଏହି ଚୋରା ରାକେଟରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ ମଧ୍ୟ କରା ଯାଇଛି । ଜିଲ୍ଲା ପୁଲିସର ସ୍ପେସିଆଲ ସ୍କ୍ୱାର୍ଡ ଚଢ଼ାଉ କରି ପାଞ୍ଚଟା ଗାଡ଼ିରୁ ମୋଟ ୯୫୦ ଲିଟର ଡିଜେଲ ଜବତ କରିଛି । ବିଭିନ୍ନ କୋଇଲା ଖଣିରୁ ଡିଜେଲ ସବୁ ଆଣି ବିଭିନ୍ନ ଜାଗାକୁ ମାଫିଆମାନେ ଚାଲାଣ କରୁଥିଲେ ବୋଲି ସ୍ପେସିଆଲ ସ୍କ୍ୱାର୍ଡ ଅଧିକାରୀ ଦୀନକୃଷ୍ଣ ମିଶ୍ର ପ୍ରକାଶ କରିଛନ୍ତି । ଜବତ ସାମଗ୍ରୀ ଏବଂ ଗିରଫ ଅଭିଯୁକ୍ତ ମାନଙ୍କୁ କଣିହାଁ ଥାନା ପୁଲିସକୁ ହସ୍ତାନ୍ତର କରା ଯାଇଥିବା ଜଣା ପଡିଛି । Advertisement
ଶୈଳଶ୍ରୀକ୍ଷେତ୍ର ଠାକୁରଙ୍କ ମଥାରୁ ଚିତା ଚୋରି କରିନେଲେ ଚୋର ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ବେଳେ ଶ୍ରୀ ଜୀଉଙ୍କ ତିନୋଟି ଚିତା ବା ମଥାମଣି ଦୁର୍ବୃତ୍ତ…
ଗଞ୍ଜେଇ ଚାଲାଣ କରି ପୁଲିସ ଗିରଫ ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ନିୟମିତ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ବେଆଇନ କାରବାରରେ ବିଭିନ୍ନ ସମଯରେ ପୁଲିସ ଅଧୂକାରୀ ଓ କର୍ମଚାରୀଙ୍କ…
ଗଞ୍ଜେଇ ଗାଡିକୁ ଗୋଡାଇ ଗୋଡାଇ ଧରିଲା ଅବକାରୀ ବିଭାଗ – ଦୁଇ ଗିରଫ ଅନୁଗୁଳ – କାରରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗକୁ ଦେଖି ପଳାଉଥିଲେ । ଗଞ୍ଜେଇ ଗାଡିକୁ ପ୍ରାୟ ୧୦ କିମି ପିଛା କରି ଧରିଲେ ଅବକାରୀ…