ମୁଖ୍ୟ ଖବର କେନାଲ ରେ ବୁଡି ବୃଦ୍ଧ ମୃତ Angul OnlineApril 27, 2023April 27, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଧରମପୁର ଗ୍ରାମର କେନାଲରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଟଙ୍କଧର ନାଏକ । ସୂଚନା ଅନୁସାରେ ଦିନ ୧୨ ଟା ସମୟ ରେ ସେ ଘରୁ ସ୍ନାନ କରିବା ପାଈଁ କେନାଲକୁ ଯାଇଥିବା ବେଳେ କେନାଲରେ ବୁଡି ତାଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନଥିଲେ । ପରେ ସ୍ଥାନୀୟ ଲୋକେ କେନାଲ ମଧ୍ୟରେ ତାଙ୍କ ମୃତ ଶବ ଭାସୁଥିବା ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଓ ପୁଲିସ ପହଂଚି କେନାଲରୁ ମୃତ ଦେହ ଉଧାର କରି ତଦନ୍ତ କରୁଛି । Advertisement
ହାତୀଦାନ୍ତ ଜବତ ଅନୁଗୁଳ – ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରୁ ବନବିଭାଗ ଏକ ହାତୀଦାନ୍ତ ଠାବ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ…
ଝଡ ବର୍ଷାରେ ଭାଙ୍ଗିଲା ଗଣେଶ ପୂଜା ଟେଣ୍ଟ-ଟେଣ୍ଟ ତଳେ ଚାପି ହୋଇ ୫ ଗୁରୁତର ପାଲଲହଡା – ଶନିବାର ସନ୍ଧ୍ୟାରେ ପାଲଲହଡା ଅଞ୍ଚଳରେ ପ୍ରବଳ ଝଡ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ପାଲଲହଡା ଷ୍ଟାଡିୟମ…
ଶୋଭାଯାତ୍ରା ହେଲା ଶେଷଯାତ୍ରା – ଘଟଣାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ଅନୁଗୁଳ – ପେଟ୍ରୋଲ , ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଅନୁଗୁଳ ଜିଲ୍ଲାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ବିକ୍ଷୋଭ…