ଜମାକାରୀଙ୍କ ଖାତାରୁ ୯ଲକ୍ଷ ଟଙ୍କା ହଡପ – ଥାନାରେ ଅଭିଯୋଗ

ଜମାକାରୀଙ୍କ ଖାତାରୁ ୯ଲକ୍ଷ ଟଙ୍କା ହଡପ – ଥାନାରେ ଅଭିଯୋଗ


ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦାଠାରେ ଥିବା ଆସିଆଇ ବ୍ୟାଙ୍କରୁ ଜୈନେକ ହିତାଧିକାରୀଙ୍କ ଖାତାରୁ ୯ଲକ୍ଷରୁ ଅଧିକ ଟଙ୍କା ହଡପ ହୋଇଥିବା ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ଗତ ଫେବ୍ରୁଆରି ମାସରେ ଆସିଆଇସିଆଇ ବ୍ୟାଙ୍କ ଶାଖାର ଅଡିଟର ସ୍ୱପ୍ନା ପାଣିଗ୍ରାହୀ ଅଡିଟ କରୁଥିବାବେଳେ ବ୍ୟାଙ୍କର ଲକରରେ ନିୟମିତ କାର୍ଯ୍ୟ ପାଇଁ ରଖାଯାଉଥିବା ନଗଦ ଟଙ୍କା ଅର୍ଥରାଶି ୧ କୋଟି ୮୫ଲକ୍ଷ ୫୦ହଜାର ଟଙ୍କାର କମ ଥିବା ଜାଣିବାକୁ ପାଇଥିଲେ । ଏନେଇ ଆଂଚଳିକ ମୂଖ୍ୟ ଶାଖା ପରିଚାଳକ ଅତୁଲ୍ୟ ପାଚ୍ଚଯୋଶୀଙ୍କୁ ଜଣାଇଥିଲେ । ସେ ମଧ୍ୟ ଶାଖାରେ ପହଁଚି ବ୍ୟାଙ୍କର ପୁଙ୍ଖାନୁପୁଙ୍ଖ ଯାଂଚ ପରେ ୩୭୧୦୦ ଖଣ୍ଡ ୫ଶହ ଟଙ୍କା ବ୍ୟାଙ୍କର ଲକରରେ ନଥିବା ଜାଣିବାକୁ ପାଇଥିଲେ । ଏ ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଛେଣ୍ଡିପଦା ଥାନାରେ ମାମଲା ରୁଜୁ କରିବା ସହିତ ଛେଣ୍ଡିପଦା ଥାନା ଏସଆଇ ରାଜେଶ ଶତପଥୀ ଘଟଣାର ତଦନ୍ତ କରି ବ୍ୟାଙ୍କରୁ ଟଙ୍କା ହଡପ ଅଭିଯୋଗରେ ବ୍ୟାଙ୍କର ଏହି ଦାୟିତ୍ୱରେ ଥିବା ଡେପୁଟି ବ୍ୟାଙ୍କ ମ୍ୟାନେଜର ଆକାଶ ଭାରତୀ ଓ ପୂର୍ବତନ ବ୍ୟାଙ୍କ କର୍ମଚାରୀ ଶୁଭାଶିଷକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୁଣି ୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡପ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପିପଳବାହାଳ ଗ୍ରାମର ନିରାକାର ପ୍ରଧାନ ଜମିଅଧିଗ୍ରହଣରୁ ମିଳିଥିବା ଜମି ବିକ୍ରି ଟଙ୍କାକୁ ୨୦୧୮ ମସିହାରେ ଆଇସିଆଇସି ବ୍ୟାଙ୍କରେ ତାଙ୍କ ନାମରେ ୪ଲକ୍ଷ ୧୦ହଜାର ଟଙ୍କା ଓ ତାଙ୍କ ସ୍ତ୍ରୀ ସୁରେଖା ପ୍ରଧାନଙ୍କ ନାମରେ ୫ଲକ୍ଷ ୭୦ ହଜାର ଟଙ୍କା ଜମା ରଖିଥିଲେ । ନିରାକାରଙ୍କର ଟଙ୍କା ଜରୁରୀ ଆବଶ୍ୟକତା ଥିବାରୁ ସେ ତାଙ୍କର ଝିଅ ଦୁଇ ଜଣଙ୍କୁ ଧରି ଟଙ୍କା ଉଠାଇବା ପାଇଁ ଆଇସିଆଇ ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କ କର୍ମଚାରୀ ମାନେ ତୁମ ଖାତାରେ ଟଙ୍କା ନାହିଁ କହି ଫେରାଇ ଦେଇଥିଲେ । ଏ ନେଇ ତାଙ୍କ ଜମି ବିକ୍ରି ଟଙ୍କା ତାଙ୍କୁ ଫେରାଇ ଦେବା ପାଇଁ ବ୍ୟାଙ୍କ କର୍ମଚାରୀଙ୍କୁ ଆକୁଳ ନିବେଦନ କରିଥିଲେ ଏବଂ ବ୍ୟାଙ୍କ ସମ୍ମୁଖରେ ବସି ରହିବା ସହିତ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ଥାନା ଏସ ଆଇ ରାଜେଶ ଶତପଥି ନିରାକାରଙ୍କ ଅଭିଯୋଗକୁ ଭିତ୍ତିକରି ଟଙ୍କା ହଡପକୁ ନେଇ ତଦନ୍ତ ଚଳାଇଛନ୍ତି । ନିରାକାର ଅଭିଯୋଗ କରିଥିବା ୯ ଲକ୍ଷ ଟଙ୍କାରୁ ବ୍ୟାଙ୍କ କତୃପକ୍ଷ ଖୁବ ଶିଘ୍ର ୪ ଲକ୍ଷ ଟଙ୍କା ଫେରସ୍ତ କରିବେ ଏବଂ ବାକି ଟଙ୍କା କିପରି ହଡପ ହୋଇଛି ସେ ନେଇ ତଦନ୍ତ କରାଯିବ ଏବଂ ଏହାର ତୁରନ୍ତ ସମାଧାନ କରାଯିବ ବୋଲି ଏସଆଇ ରାଜେଶ ଶତପଥୀ ପ୍ରକାଶ କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
3

Leave a Reply