ଆଞ୍ଚଳିକ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଉଚ୍ଚ ରକ୍ତଚାପ ପରୀକ୍ଷା ଶିବିର Angul OnlineMay 26, 2023May 26, 2023 ଅନୁଗୋଳ – ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରକ୍ତଚାପ ପରୀକ୍ଷା ଶିବିର ଆୟୋଯିତ କରାଯାଇଥିଲା । ଢେଙ୍କାନାଳର ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାର ନିକଟରେ ଥିବା ହିନ୍ଦୋଳ ଏବଂ ଓଡାପଡା ବ୍ଲକ୍ ର ଆଖପାଖ 6ଟି ଗାଁରେ ଏଇ ଶିବିର ଅନୁଷ୍ଠିତ ହେଇଥିଲା । ଡାକ୍ତର ପ୍ରଜିତ ବାନାର୍ଜୀ, ଡାକ୍ତର ସୁଭେଚ୍ଛା ମହାନ୍ତି ନିଜ ସହଯୋଗୀଙ୍କ ସହ ଶିବିରରେ ଉପସ୍ଥିତ ରହି ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିବା ସହ ସେମାନଙ୍କ ରକ୍ତଚାପ ପରୀକ୍ଷା କରିଥିଲେ । ଉଚ୍ଚ ରକ୍ତଚାପ ହୃଦରୋଗର ପ୍ରମୁଖ କାରଣ ହୋଇଥିବାରୁ ଏହାର ନିରାକରଣ କିପରି କରାଯାଇପାରିବ ସେ ସମ୍ପର୍କରେ ଶିବିରରେ ଉପସ୍ଥିତ ରହିଥିବା ସ୍ୱାସ୍ଥ୍ଯକର୍ମୀମାନେ ଲୋକମାନଙ୍କୁ ବୁଝାଇଥିଲେ । ଡାକ୍ତର ବାନାର୍ଜୀ ଏବଂ ଡାକ୍ତର ମହାନ୍ତିଙ୍କ ଦଳରେ ରହିଥିବା ସ୍ୱାସ୍ଥ୍ୟକର୍ମୀ ସନ୍ଦୀପ ସୁନ୍ଦର ବେହେରା, ଫକୀର ମୋହନ ପାତ୍ର, ସଂଘମିତ୍ରା ନାଗ ଏବଂ ନର୍ମଦା ପଲେଇ ଉଚ୍ଚ ରକ୍ତଚାପରେ ପିଡିତ ଥିବା ବ୍ୟକ୍ତିମାନଙ୍କୁ ନିଜ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥିଲେ । ଏଇ ଶିବିରରେ ସର୍ବମୋଟ 233 ଜଣ ବ୍ୟକ୍ତିଙ୍କ ରକ୍ତଚାପ ପରୀକ୍ଷା କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, ଉଚ୍ଚ ରକ୍ତଚାପ ଅକାଳ ମୃତ୍ୟୁର ଏକ ପ୍ରମୁଖ କାରଣ । ସେଇଥିପାଇଁ ଉଚ୍ଚ ରକ୍ତଚାପର ସମ୍ପୂର୍ଣ୍ଣ ନିରାକରଣ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି। ଉଚ୍ଚ ରକ୍ତଚାପ ବ୍ୟତିତ ବିଶ୍ୱର ଏଇ ପ୍ରମୁଖ ସଂଗଠନ ମ୍ୟାଲେରିଆ, ଯକ୍ଷ୍ମା, ଏଚଆଇଭି/ଏଡ୍ସ ଭଳି ଅସାଦ୍ଧ୍ୟ ରୋଗର ନିରାକରଣ ଏବଂ ମାତୃ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବିଭିନ୍ନ ସମୟରେ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିଆସୁଛି । Advertisement
କୂଅ ଭିତରୁ ଉଦ୍ଧାର ହେଲା ଅଜଗର ଅନୁଗୁଳ – କୂଅ ଭିତରୁ ଉଦ୍ଧାର ହେଲା ପାଞ୍ଚ ଫୁଟର ଅଜଗର । ଅନୁଗୁଳ ଜିଲ୍ଲା ଜରପଡ଼ା ଅନ୍ତର୍ଗତ ସଦାନନ୍ଦପୁର ରଣଜିତ ଦେହୁରୀଙ୍କ କୂଅ ଭିତରେ ପାଞ୍ଚ…
ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର ନୂଆଦିଲ୍ଲୀ / ଭୁବନେଶ୍ବର – ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ କୁରୁକ୍ଷେତ୍ର ସାଂସଦ ତଥା ଦେଶର ଅଗ୍ରଣୀ ଶିଳ୍ପପତି ଶ୍ରୀ ନବୀନ…
ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ଲୋକ ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ…