କୂଅ ଭିତରୁ ଉଦ୍ଧାର ହେଲା ଅଜଗର


ଅନୁଗୁଳ – କୂଅ ଭିତରୁ ଉଦ୍ଧାର ହେଲା ପାଞ୍ଚ ଫୁଟର ଅଜଗର । ଅନୁଗୁଳ ଜିଲ୍ଲା ଜରପଡ଼ା ଅନ୍ତର୍ଗତ ସଦାନନ୍ଦପୁର ରଣଜିତ ଦେହୁରୀଙ୍କ କୂଅ ଭିତରେ ପାଞ୍ଚ ଫୁଟର ଅଜଗର ସାପ ପଡିଥିବା ଦେଖିବାକୁ ମିଳିଥିଲା । ସାପକୁ ଦେଖି ଭୟଭୀତ ହୋଇପଡ଼ିଥିଲେ ଗ୍ରାମବାସୀ । ଏଥିପାଇଁ ସ୍ନେକ ହେଲପ ଲାଇନକୁ ଖବର ଦିଆଯାଇଥିଲା । ପରେ ସ୍ନେକ ହେଲପ ଲାଇନ ସଦସ୍ୟ ବାବା ଅମରଜ୍ୟୋତି, ସୁଶାନ୍ତ ସାହୁ ଓ ବିଶ୍ୱ ରଞ୍ଜନ ବେହେରା ପହଞ୍ଚି କୌଶଳ କ୍ରମେ ସାପଟିକୁ କୂଅ ଭିତରୁ ବାହାର କରିଥିଲେ । ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ ସ୍ଥାନୀୟ ବନକର୍ମଚାରୀଙ୍କ ସହ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored