ମୁଖ୍ୟ ଖବର ପଲିଥିନ ଚଢାଉ – ରାସନ ଦୋକାନ ସିଲ Angul OnlineFebruary 9, 2021February 9, 2021 ତାଳଚେର – ରାଜ୍ୟ ସରକାର ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଏହି ନିୟମକୁ କଡାକଡି ପାଳନ କରିବାକୁ ନିର୍ଦେଶ ରହିଛି । ଏଥିପାଇଁ ଆଜି(ମଙ୍ଗଳବାର) ସନ୍ଧ୍ୟାରେ ତାଳଚେର ପୌରପାଳିକା ପକ୍ଷରୁ ହାଟତୋଟାର ବିଭିନ୍ନ ଦୋକାନ ଉପରେ ଚଢାଉ କରା ଯାଇଥିଲା । ପୈାରପରିଷଦର ନିର୍ବାହୀ ଅଧିକାରୀଣି ରଶ୍ମି ରେଖା ଅମାନ୍ତ ପୋଲିସ ସହାୟତାରେ ଏହି ଚଢ଼ାଉ କରିଥିବା ବେଳେ ନିୟମ ଉଲ୍ଲଙ୍ଘନକାରୀ ଦୋକାନୀ ମାନଙ୍କ ଠାରୁ ୯ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ତେବେ ହାଟତୋଟା ହନୁମାନ ମନ୍ଦିର ନିକଟସ୍ଥ ଏକ ବଡ ରାସନ୍ ଦୋକାନ ଉପରେ ନିର୍ବାହୀ ଅଧିକାରୀଣି ଓ ତହସିଲଦାରଙ୍କ ମିଳିତ ଭାବେ ଚଢ଼ାଉ ବେଳେ ଦୋକାନରେ ବହୁ ପରିମାଣର ପଲିଥିନ ଜବତ ହୋଇଥିଲା । ଏଥିପାଇଁ ଉକ୍ତ ଦୋକାନୀକୁ କୋଡ଼ିଏ ହଜାର ଟଙ୍କା ଜୋରିମାନା କରିଥିଲେ । ତେବେ ସମ୍ପୃକ୍ତ ଦୋକାନୀ ଜଣଙ୍କ ଜୋରିମାନା ନଦେଇ ଯୁକ୍ତିତର୍କ କରିଥିଲେ । ଫଳରେ ନିର୍ବାହୀ ଅଧିକାରୀଣି ରଶ୍ମି ରେଖା ଅମାନ୍ତ ତାଳଚେର ସଦର ପୁଲିସକୁ ଡକାଇ ଦୋକାନକୁ ସିଲ୍ କରିବା ସହ ଦୋକାନୀ ବିରୋଧରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । Advertisement
କୋଭିଡ କେୟାରରୁ ନିଖୋଜ – କୋଭିଡ ହସ୍ପିଟାଲରୁ ଉଦ୍ଧାର ଅନୁଗୁଳ – ଅନୁଗୁଳ ଆଦର୍ଶ ଠାରେ ଥିବା କୋଭିଡ କେୟାର କେନ୍ଦ୍ରରୁ ଜଣେ କରୋନା ସଂକ୍ରମିତ କୁଆଡ଼େ ହଜିଯାଇଥିବା ଅଭିଯୋଗ ହୋଇଥିଲା । ୫ ଦିନ ହେଲା…
୧୫ ଏୟୁସିସିବି ନିର୍ଦ୍ଦେଶକ ପଦ ନିର୍ବାଚନ ୪୬ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଅନୁଗୁଳ – ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ( ଏୟୁସିସିବି ) ନିର୍ଦ୍ଦେଶକ ପଦ ପାଇଁ ଆସନ୍ତା ୩୦ ତାରିଖରେ ନିର୍ବାଚନ ହେବାକୁ ଅଛି ।…
୧୫ରୁ ୧୮ ବୟସ୍କଙ୍କୁ ହେବ ଟିକାକରଣ -୨୪ଟି କେନ୍ଦ୍ରରେ ୩୪ଶହଙ୍କୁ ମିଳିବ ଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସୋମବାରଠାରୁ ୧୫ରୁ ୧୮ ବୟସ୍କଙ୍କୁ କୋଭିଡ ଟିକା ପ୍ରଦାନ କରାଯିବ । ଜିଲ୍ଲାର ୨୪ଟି କେନ୍ଦ୍ରରେ ୩ ହଜାର ୪ଶହ ଜଣଙ୍କୁ…