ମୁଖ୍ୟ ଖବର ହାତୀ ଆକ୍ରମଣରେ ଜଣେ ମୃତ Angul OnlineFebruary 10, 2021February 10, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ସାତକୋଶିଆ ଅଭୟାରଣ୍ୟ ନିକଟସ୍ଥ କରତପଟା ଫରେଷ୍ଟ ବିଟ ସମ୍ମୁଖରେ ଆଜି ଭୋରରେ ହାତୀ ଆକ୍ରମଣ କରିବାରୁ ଜଣେ ମୋଟରସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ହେଲେ ବନ୍ତଳା ସୁନାଭୁଇଁ ଗାଁର ରମେଶ ସାହୁ । ସେ କରତପଟାରୁ ମୋଟରସାଇକେଲରେ ଫେରୁଥିବା ସମୟରେ ହାତୀ ସହିତ ମୁହାଁମୁହିଁ ହୋଇଥିଲେ । ଫଳରେ ରାସ୍ତା କଡରେ ତାଙ୍କ ମୋଟରସାଇକେଲ ଛିଟିକି ପଡିବା ସହ ହାତୀ କବଳରୁ ସେ ବର୍ତ୍ତୀ ଯାଇ ପାରି ନଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ଗ୍ରାମବାସୀ ଓ ପରିବାର ଘଟଣା ସ୍ଥଳରେ ପହଞ୍ଚିବା ସହ ବନ ବିଭାଗକୁ ସୂଚନା ଦେଇଥିଲେ । ତେବେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କହିବା ପରେ ଅସ୍ୱାବଭିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଓ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ । ପ୍ରାୟ ତିନି ଘଣ୍ଟା କରତପଟା ରାସ୍ତା ଅବରୋଧ କରିବା ପରେ ବନ ବିଭାଗ ତଦନ୍ତ କରି ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା କହିବା ସହ ନଗଦ ୪୦ ହଜାର ଓ ପରେ ସରକାରଙ୍କ ନିର୍ଦେଶ ରହିଥିବା କ୍ଷତିପୂରଣ ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ରାସ୍ତାରୋକ ହଟିଥିଲା । Advertisement
ମର୍ମଦୁନ୍ତ ସଡକ ଦୁର୍ଘଟଣାର ଲାଇଭ ଭିଡିଓ ଅନୁଗୁଳ – ମର୍ମଦୁନ୍ତ ସଡକ ଦୁର୍ଘଟଣାର ଲାଇଭ ଭିଡିଓ । ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ -୬୩ର ଅନୁଗୁଳ-ଛେଣ୍ଡିପଦା ରାସ୍ତାରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ…
କପିଳ ଶର୍ମାଙ୍କୁ ଭେଟି ଉପହାର ଦେଲେ ଅନୁଗୋଳର କଳାକାର କୁବେର ଅନୁଗୋଳ – ବିଖ୍ୟାତ ହାସ୍ୟ ଅଭିନେତା କପିଳ ଶର୍ମାଙ୍କୁ ଭେଟିଛନ୍ତି ଅନୁଗୋଳ ଜିଲ୍ଲାର କଳାକାର କୁବେର ବାରିକ । କେବଳ ଭେଟି ନାହାନ୍ତି ତାଙ୍କୁ ଏହି ଭେଟ…
ବଣଭୋଜି ପଡିଲା ମହଙ୍ଗା – ଗଣିଲେ ଜୋରିମନା ଅନୁଗୁଳ – ରାଜ୍ୟ ତଥା ଅନୁଗୁଳ ଜିଲ୍ଲାରେ ପୁଣି କୋଭିଡ ପୋଜିଟିଭଙ୍କ ସଂଖ୍ୟା ବଢୁଥିବା ବେଳେ ସରକାର ଓ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରା ଯାଇଛି…