ଅପରାଧ ଦୁଇ ମୋବାଇଲ ଫୋନ ଚୋର ଗିରଫ Angul OnlineJune 5, 2023June 5, 2023 ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ ହୁଲୁରିସିଂହା ଅଞ୍ଚଳରେ ମୋବାଇଲ ଚୋରୀ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଦୁଇ ଜଣ ଯୁବକ ହେଲେ ହୁଲୁରିସିଂହା ଆମ୍ବେଦକର ନଗରର ଅର୍ଜୁନ ମୁଖୀ ( ୨୯ ) ଓ ରାଜୁ ମୁଖୀ ( ୪୮ ) ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ , ୨୦୨୨ ସେପ୍ଟେମ୍ବର ୧୩ ତାରିଖରେ ଦେବାଶିଷ ମିଶ୍ରଙ୍କ ଘରୁ ଦୁଇଟି ମୋବାଇଲ ଚୋରୀ ହୋଇଥିଲା । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୪୯୫ | ୨୩ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ତେବେ ମୋବାଇଲଟି ଆମ୍ବେଦକର ନଗରରେ ଆକ୍ଟିଭ୍ ହେବା ପରେ ପୁଲିସ ଚଢ଼ାଉ କରିଥିଲା । ଏହାପରେ ସେ ରାଜୁ ମୁଖୀ ମୋବାଇଲ ଫୋନ୍ ବ୍ୟବହାର କରୁଥିବା ଜାଣି ପାରିବା ପରେ ପୁଲିସ ତାକୁ କାବୁ କରିବା ପରେ ଥାନାକୁ ଉଠାଇ ଆଣିଥିଲା । ପରେ ପଚରା ଉଚରା ସମୟରେ ଅର୍ଜୁନ ତାଙ୍କୁ ମୋବାଇଲ ଫୋନ ବିକ୍ରୀ କରିଥିବା କଥା ସେ କହିଥିଲେ । ପରେ ଦୁହେଁଙ୍କୁ ଅନୁଗୋଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୨ ଗିରଫ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ଖମାର ବନାଞ୍ଚଳରେ ଥିବା ସହରଗୁରୁଜାଙ୍ଗ ଜଙ୍ଗଲରେ ନିଆଁ ଲାଗଉଥିବା ବେଳେ ୨ଜଣଙ୍କୁ ବନ ବିଭାଗ ଗିରଫ କରିଛି । ସୂଚନା ଅନୁସାରେ…
ଡାଲି ବ୍ଯବସାୟକୁ ନେଇ ଖଣ୍ଡାରେ ଆକ୍ରମଣ – ବ୍ଯବସାୟୀ ଗୁରୁତର ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ବଣିଆବାହାଳରେ ଦୁର୍ବୃତ୍ତର ଖଣ୍ଡା ଆକ୍ରମଣରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟବସାୟୀ ଜଣଙ୍କ ହୁଲୁରିସିଂହା ଗ୍ରାମରେ ଭଡ଼ାରେ…
ବ୍ରାଉନ୍ସୁଗାର ବ୍ୟବସାୟୀ ଗିରଫ ନାଲକୋ ନଗର – ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବକ ଧଳା ଜହର ବ୍ୟବସାୟ କରୁଥିବା ଅଭିଯୋଗରେ ନାଲକୋ ପୁଲିସ ଗିରଫ କରିଛି…