ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ

ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ

ଅନୁଗୋଳ – ଅନୁଗୋଳ ସହରର ବଜାରରେ ବିଭିନ୍ନ ସ୍ଥାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର ଧନଞ୍ଜୟ ବେହେରାଙ୍କ ନେତୃତ୍ଵରେ ଖାଦ୍ୟ ସୁରକ୍ଷା ଅଧିକାରୀ ହର ପ୍ରିୟା ବେହେରା, ଏମ୍ଏସ୍ ନୀଳାମ୍ବର ପ୍ରଧାନ, ଅବକାରୀ ଅଧିକାରୀ ଓ ପୋଲିସ ଅଧିକାରୀ ଏହି ଚଢ଼ାଉରେ ସାମିଲ ରହିଥିଲେ । ଖାଦ୍ୟ ନିରାପତ୍ତା ପାଇଁ ମୋଟ ୫,୬୦୦ ଟଙ୍କା ଜରିମାନା ଆଦାୟ କରାଯାଇଥ‌ିବାବେଳେ ତମାଖୁ ପାଇଁ ୬୫୦ ଟଙ୍କା ଆଦାୟ କରାଯାଇଛି । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ , ବସ୍‌ଷ୍ଟାଣ୍ଡ, ଅମଲାପଡ଼ା, ଏନ୍ଏଚ ପାର୍ଶ୍ବ ଦୋକାନ ଗୁଡିକରେ ଏହି ଚଢ଼ାଉ କରାଯାଇଥିଲା । ତେବେ ଆଗକୁ ବର୍ଷା ଦିନ ଆସୁଥ‌ିବାରୁ ଏହି ଚଢାଉ ଜାରି ରହିବ ବୋଲି ଜନସ୍ବାସ୍ଥ୍ୟ ଅଧିକାରୀ ଧନଞ୍ଜୟ ବେହେରା କହିଛନ୍ତି ।

What’s your Reaction?
+1
1
+1
0
+1
0
+1
0
+1
0
+1
0
+1
0

Leave a Reply