ଆଞ୍ଚଳିକ ସଡକ ଦୁର୍ଘଟଣାରେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ Angul OnlineJune 20, 2023June 20, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଜେ ଏସ ପି ପ୍ଲାଣ୍ଟ ପରିସରରେ ସଡକ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ଅନୁଗୋଳ ସହର ଅମଲାପଡ଼ାର ସୌରଭ ଦାସ (୨୧) । ମଙ୍ଗଳବାର ଦିନ ଜିନ୍ଦଲ କାରଖାନାରୁ ନିଜର କାର୍ଯ୍ୟ ସମାପ୍ତ କରି ଅନ୍ୟ ପାଞ୍ଚ ଜଣ କର୍ମଚାରୀଙ୍କ ସହ ଏକ ଟାଟା ମ୍ୟାଜିକ ଗାଡ଼ିରେ ଘର ଅଭିମୁଖେ ଫେରୁଥିବା ବେଳେ ଜିନ୍ଦଲ କମ୍ପାନୀ ପରିସରରେ ଏକ ଟ୍ରଲର (ବଡ ଟ୍ରକ୍) ସହିତ ସେ ଆସୁଥିବା ଗାଡ଼ିର ଧକ୍କା ହୋଇଥିଲା । ଫଳରେ ସୌରଭଙ୍କ ଛାତିରେ ଗଭୀର କ୍ଷତ ହେବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ କର୍ମଚାରୀ ଗୁରୁତ୍ତର ଆହତ ହୋଇଥିବା ମଧ୍ୟ ଜଣା ପଡ଼ିଛି । ମୃତ ସୌରଭ ଘଟଣାରୁ ପ୍ରକାଶ ଯେ ସକାଳ ଖବର କାଗଜର ସାମ୍ବାଦିକ ତଥା ଅନୁଗୁଳ ଅମଲାପଡା ନିବାସୀ ସଂଗ୍ରାମ ରଞ୍ଜନ ଦାସଙ୍କ ପୁତୁରା । Advertisement
ସମ୍ପୁର୍ଣ୍ଣା ପରିବାର ପକ୍ଷରୁ ବର୍ଣ୍ଣାଢ଼୍ୟ ଉତ୍ସବରେ ‘ରିଅଲ ହିରୋ ଆୱାର୍ଡ଼’ ତାଳଚେର – ମହିଳାଙ୍କ ସଶକ୍ତୀକରଣ ପାଇଁ ଏବଂ ସମାଜରେ ସେମାନଙ୍କର ମର୍ଯ୍ୟାଦା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ପାଳିତ ହୋଇ ଆସୁଛି ଅନ୍ତର୍ଜାତୀୟ ମହିଳା…
ଚିଠା ଭୋଟର ତାଲିକା ଉନ୍ମୋଚନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଚିଠା ଭୋଟର ତାଲିକା ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର କୋର୍ଟ ରୁମ ଠାରେ ଉନ୍ମୋଚନ କରା ଯାଇଛି । ଅନୁଗୁଳ ଜିଲ୍ଲାପାଳ…
ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ଵ ଅନୁଗୁଳ – ୧୭.୦୩.୨୦୨୫ ତାରିଖରେ ନାଲକୋ ଠିକାଦାର ସଂଘ ର ସାଧାରଣ ବୈଠକ ସଂଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର କାର୍ଯକର୍ତ୍ତା…