ମୁଖ୍ୟ ଖବର ସ୍ବାମୀଙ୍କ ସହ ମୋଟରସାଇକେଲରେ ଯାଉଥିଲେ ମହିଳା- ପଡିଯିବା ପରେ ଚଢିଗଲା ଟ୍ରକ୍ Angul OnlineJuly 3, 2023July 3, 2023 ଅନୁଗୋଳ – ସ୍ୱାମୀ ସହ ଚାଷ କାମକୁ ଯାଉଥିବା ବେଳେ ହମ୍ପସରେ ମୋଟରସାଇକେଲରୁ ପଡିଗଲେ ସ୍ତ୍ରୀ । ସଙ୍ଗେ ସଙ୍ଗେ ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ ଚଢି଼ଗଲା । ଫଳରେ ଘଟଣା ସ୍ଥଳରେ ହିଁ ଚାଲିଗଲା ଜୀବନ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗାଁରେ ଘଟିଛି । ସୂଚନା ଅନୁସାରେ ଗାଁର ବିଜୟ କୁମାର ମାଝୀ ତାଙ୍କ ସ୍ତ୍ରୀ ବିବୁନା ମାଝୀଙ୍କୁ ମୋଟରସାଇକେଲରେ ବସାଇ ଚାଷ କରିବାକୁ ଜମିକୁ ଯାଉଥିଲେ । ସ୍ୱାମୀ ବିଜୟ କୁମାର ଗାଡି ଚଳାଉଥିବା ବେଳେ ଗାଁ ମୁଣ୍ଡରେ ଥିବା ଏକ ହମ୍ପସରେ ଭାରସାମ୍ୟ ହରାଇ ବିବୁନା ପଡି ଯାଇଥିଲେ । ସେହି ସମୟରେ ଛେଣ୍ଡିପଦାରୁ ଜରପଡା ଆଡ଼କୁ ଯାଉଥିବା ଏକ ଟ୍ରକ ତାଙ୍କ ଉପରେ ଚଢ଼ିଗଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ଛେଣ୍ଡିପଦା – ଜରପଡ଼ା ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ପ୍ରାୟ ଦୁଇ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା । Advertisement
୨୨ କି.ମି.ର ଦୁଃଖ – ସରିବ କେବେ !! ଅନୁଗୁଳ – ଅନୁଗୁଳ ଜିଲ୍ଲାବାସୀ ତଥା ଅନୁଗୁଳକୁ କିମ୍ବା ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକଙ୍କୁ ଏବେ ବେଶ କଷ୍ଟ ଦେଉଛି…
କୃଷ୍ଣା ମହାନ୍ତି ପାଇବେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର ଅନୁଗୁଳ – ଓଡିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ୨୦୨୩ ବର୍ଷ ପାଇଁ ସମ୍ମାନଜନକ…
ମେଡିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୁବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେରଠାରେ ମହାନଦୀ କୋଳ ଫିଲ୍ଡ ଦ୍ଵାରା ପରିଚାଳିତ ହେବାକୁ ଥିବା ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ…