ଅପରାଧ ଧାନ ତଳି ଗାଈ ଖାଇ ଦେବାକୁ ନେଇ ହତ୍ୟାକାଣ୍ଡ – ସ୍ୱାମୀ ଓ ସ୍ତ୍ରୀଙ୍କୁ ଅଟକ Angul OnlineJuly 11, 2023July 11, 2023 ଅନୁଗୋଳ – ଧାନ ତଳି ଗାଈ ଖାଇ ଦେବାକୁ ନେଇ ହତ୍ୟାକାଣ୍ଡ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନାରାୟଣଚନ୍ଦ୍ରପୁର ଗାଁରେ ଘଟିଛି । ସୂଚନା ଅନୁସାରେ ଗାଁର ଫଡ଼ି ନାଏକଙ୍କ ଜମିରୁ ଧାନ ତଳି ଗାଈ ଖାଇ ଦେଇଥିଲା । ଯାହାକୁ ନେଇ ଗାଈ ମାଲିକ ସୁଶାନ୍ତ ନାଏକଙ୍କ ସହ ଫଡ଼ି ନାଏକଙ୍କ ଝଗଡା ହୋଇଥିଲା । ତେବେ ରାତି ପ୍ରାୟ ୯ ଟା ବେଳେ ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡା ଉଗ୍ରରୂପ ନେଇଥିଲା । ସୁଶାନ୍ତ ଓ ସ୍ତ୍ରୀ ଉତ୍ତ୍ୟକ୍ତ ହୋଇ ଏକ କଟୁରୀ ଓ ତେଣ୍ଟା ସାହାଯ୍ୟରେ ଫଡ଼ିକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଫଡ଼ି ନାଏକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆକ୍ରମଣକାରୀ ସ୍ୱାମୀ ଓ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି । Advertisement
ମୃତ୍ୟୁ ଯାଏଁ ଅନାମକୁ କାରାଦଣ୍ଡ ଅନୁଗୁଳ – ଫାଶୀ ଦଣ୍ଡାଦେଶ ରଦ୍ଦ ହେଲା । ଆଉ ଦୁଷ୍କର୍ମ ପରେ ପଥରରେ ଛେଚି ଜଣେ ନାବାଳିକାକୁ ହତ୍ୟା କରିଥିବା ଅପରାଧୀକୁ ମିଳିଲା ଯାବତଜୀବନ କାରାଦଣ୍ଡାଦେଶ…
ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ମୋବାଇଲ ଲୁଟି ନେଇଛି । ଗରିବ ,…
ନାବାଳିକା ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଥାନା ଅଧିନରେ ଭଡାରେ ରହୁଥିବା ଏକ ପରିବାରର ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ଫାଷ୍ଟ…