ଆଞ୍ଚଳିକ ଟ୍ରକ ଧକ୍କାରେ ମହିଳା ମୃତ Angul OnlineJuly 16, 2023July 16, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା ଦେଈ ଯାଇଥିବା ଅନୁଗୋଳ ସମ୍ବଲପୁର 55ନଂ ଜାତୀୟ ରାଜପଥର ଭାଗିରଥିପୁର ଛକରେ ରବିବାର ଟ୍ରକ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଜରପଡ଼ା ଥାନା ଭାଗିରଥୀପୁର ଗାଁର ସ୍ୱର୍ଗତ ବିଦେଶୀ ସାହୁଙ୍କ ସ୍ତ୍ରୀ ଝଟକ ସାହୁ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଝଟକ ଝିଅ ଘରକୁ ଯିବା ପାଇଁ ଭାଗିରଥିପୁର ଛକ ଠାରେ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ସମ୍ବଲପୁର ଆଡୁ ଅନୁଗୋଳ ଆଡ଼େ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଝଟକଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ଘଟାଇ ଟ୍ରକଟି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକ ତାକୁ ଗୋଡ଼ାଇ ସାନ୍ତାରାପୁର ଠାରେ ଅଟକାଇ ପୁଲିସର ଜିମା ଦେଇଥିଲେ । ଜରପଡ଼ା ପୁଲିସ ମୃତଦେହକୁ ଜବତ କରିବା ସହିତ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପୋଲିସ ଟ୍ରକକୁ ଜବତ କରି ତଦନ୍ତ କରୁଛି । ଟ୍ରକ ଚାଳକ ଥାନାରେ ଅଟକ ଅଛି । Advertisement
ଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଗୋଳ – ଅନୁଗୋଳ ଶିଶୁ ବିଦ୍ୟା ମନ୍ଦିର ଅଡିଟୋରିୟମ ରେ ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା…
ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ଅନୁଗୁଳ -ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ମେଗା ଶିବିରକୁ ଅନୁଗୁଳ ବିଧାୟକ…
ଜିଲ୍ଲା କାର୍ଯ୍ୟାଳୟର ଉପ-ବିଭାଗ ଅଧିକାରୀଙ୍କ ବିୟୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟର ନିର୍ବାଚନ ତଥା ବିବିଧ ଉପ-ବିଭାଗରେ କାର୍ଯ୍ୟରତ ଅଧିକାରୀ ଅଶୋକ କୁମାର ପାଣିଗ୍ରାହୀ ଗତକାଲି ସନ୍ଧ୍ୟାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି…