ବ୍ରାଉନସୁଗାର ଜବତ – ବିକ୍ରି କରୁଥିବା ଅଭିଯୋଗରେ ମହିଳା ଗିରଫ

ବ୍ରାଉନସୁଗାର ଜବତ – ବିକ୍ରି କରୁଥିବା ଅଭିଯୋଗରେ ମହିଳା ଗିରଫ

 

ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା କଲୋନିରୁ ଅବକାରୀ ବିଭାଗ ଦ୍ଵାରା ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବିକ୍ରି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳା ଜଣଙ୍କ ହେଲେ ଦେଉଳବେଡାର ସାଲିମା ବେଗମ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଏକ ଲକ୍ଷ ୮୦ ହଜାର ଟଙ୍କା ହେବ । ସୁଚନା ଅନୁସାରେ ତାଳଚେର ଅଂଚଳରେ ବ୍ରାଉନସୁଗାର କାରବାର ବ୍ଯାପକ ହୋଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ବ୍ରାଉନସୁଗାର ବେପାରୀ ମାନଙ୍କ ଉପରେ କଡା ନଜର ରଖା ଯାଇଛି । ଦେଉଳବେଡାର ସାଲିମା ବେଗମ ଏହି କାରବାରରେ ସମ୍ପୃକ୍ତ ଥିବା ଅବକାରୀ ବିଭାଗ ପାଖରେ ସୁଚନା ଥିବା ବେଳେ ତା ଉପରେ ଅନେକ ଦିନ ହେଲା ନଜର ରଖା ଯାଇଥିଲା । ଆଜି ସାଲିମା ବ୍ରାଉନସୁଗାର ଧରି ଗରାଖ ଅପେକ୍ଷାରେ ଥିବା ବେଳେ ଅନୁଗୋଳ ଅବକାରୀ ବିଭାଗ ମୋବାଇଲ ସ୍କ୍ବାର୍ଡ ତାଙ୍କୁ କାବୁ କରି ନେଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
1
+1
1
+1
0

Leave a Reply