ଆଞ୍ଚଳିକ ରାଜ୍ୟ ବାର କାଉନସିଲ ନିର୍ବାଚନ – ସୀତାଂଶୁ ମୋହନ ଦ୍ୱିବେଦୀ ନିର୍ବାଚିତ Angul OnlineJuly 27, 2023July 27, 2023 ଅନୁଗୋଳ – ରାଜ୍ୟ ବାର କାଉନସିଲ ନିର୍ବାଚନ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ୧୫.୦୪.୨୦୨୩ ତାରିଖରେ ସମାପନ ହୋଇଛି । ଯେଉଁଥିରେ କି ୯୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ରାଜ୍ୟ ବାର କାଉନସିଲ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୂବନେଶ୍ୱର ବାର ଆସୋସିଏସନର ଯୁବ ଆଇନଜୀବୀ ଶ୍ରୀ ସୀତାଂଶୁ ମୋହନ ଦ୍ୱିବେଦୀ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ୨୦୦୨ ମସିହା ଏବଂ ୨୦୦୮ ମସିହାରେ ହୋଇଥିବା ରାଜ୍ୟ ବାର କାଉନସିଲ ନିର୍ବାଚନରେ ଶ୍ରୀ ସୀତାଂଶୁ ମୋହନ ଦ୍ୱିବେଦୀ ପ୍ରଥମ ପସନ୍ଦ ସର୍ବାଧିକ ରେକର୍ଡ ସଂଖ୍ୟକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ଏବଂ ୨୦୧୩ ଏବଂ ୨୦୨୩ ମସିହାରେ ମଧ୍ୟ ଶ୍ରୀ ସୀତାଂଶୁ ମୋହନ ଦ୍ୱିବେଦୀ ଆବଶ୍ୟକ ମୁତାବକ ପ୍ରଥମ ପସନ୍ଦ ମ୍ୟାଜିକ ନମ୍ୱର ଭୋଟ ପାଇ ଚତୁର୍ଥଥର ପାଇଁ ନିର୍ବାଚିତ ହୋଇଥିବାରୁ ରାଜ୍ୟର ସମସ୍ତ ଆଇନଜୀବୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ରାଜ୍ୟ ବାର କାଉନସିଲ ନିର୍ବାଚନ ପ୍ରତି ୫ ବର୍ଷ ବ୍ୟବଧାନରେ ହେବାର ସାମ୍ବିଧାନିକ ବ୍ୟବସ୍ଥା ଥିଲେ ମଧ୍ୟ ଅନିର୍ଦ୍ଧିଷ୍ଟ କାରଣ ପାଇଁ ୧୦ ବର୍ଷ ଧରି ହୋଇପାରୁ ନଥିବାରୁ ଆବେଦନକାରୀ ଶ୍ରୀ ସୀତାଂଶୁ ମୋହନ ଦ୍ୱୀବେଦି ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ଅଦାଲତ ରେ ଆବେଦନ କରିଥିଲେ । ଯେଉଁଥିରେ କି ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତୀ ଶ୍ରୀ ପ୍ରମଥ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ବାଚନ ସମାପନ ହେବା ସହିତ ଭୋଟ ଗଣତି କ୍ରାଯ୍ୟକ୍ରମ ଚାଲୁରହିଛି । ଶ୍ରୀ ସୀତାଂଶୁ ମୋହନ ଦ୍ୱିବେଦୀ ରାଜ୍ୟର ସମସ୍ତ ଆଇନଜୀବୀମାନଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ରାଜ୍ୟ ବାର କାଉନସିଲର ପୂର୍ବ ହୃତ ଗୌରବ ଫେରାଇ ଆଣିବା ପାଇଁ ଆଇନଜୀବୀ ମାନଙ୍କର ବହୁଦିନର ନ୍ୟାର୍ଯ୍ୟଦାବୀ କଲ୍ୟାଣପାଣ୍ଠି, ମ୍ୟାଚିଙ୍ଗଗ୍ରାଣ୍ଟ ବୃଦ୍ଧି, ସ୍ୱାସ୍ଥ୍ୟବୀମା, ଆଡଭୋକେଟ ଏକାଡେମୀ ଏବଂ ଅନ୍ୟାନ୍ୟ ନ୍ୟାର୍ଯ୍ୟ ଦାବିର ଉପସ୍ଥାପନା କରି ରାଜ୍ୟ ଆଇନଜୀବୀମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ପରିକର ଏବଂ ସଙ୍କଳ୍ପ ବଦ୍ଧ। ଚଳିତ ନିର୍ବାଚନରେ ଆଇନଜୀବୀ ମାନେ ନୂତନ ଯୁବ ସଭ୍ୟମାନଙ୍କୁ ଅଧିକ ପରିମାଣରେ ପସନ୍ଦ କରିଥିବାରୁ ଏବଂ ବ୍ରହ୍ମପୁର ବାର ଆସୋସିଏସନର ଯୁବ ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ଏବଂ ଯାଜପୁର ଟାଉନ ବାର ଅସୋସିଏସନର ଯୁବ ଆଇନଜୀବୀ ଶ୍ରୀ ରାଜୀବ ମହାନ୍ତିଙ୍କୁ ରାଜ୍ୟ ବାର କାଉନସିଲର ସଭ୍ୟ ହିସାବରେ ନିର୍ବାଚିତ କରିଥିବାରୁ ଶ୍ରୀ ସୀତାଂଶୁ ମୋହନ ଦ୍ୱିବେଦୀ ରାଜ୍ୟର ସମସ୍ତ ବୁଦ୍ଧୀଜୀବୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ସୀତାଂଶୁ ମୋହନ ଦ୍ୱିବେଦୀ ବାର କାଉନସିଲର ସଭ୍ୟ ହିସାବରେ ପ୍ରଥମ ପସନ୍ଦରେ କ୍ରମାଗତ ଭାବେ ଚତୁର୍ଥ ଥର ନିର୍ବାଚିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । Advertisement
ଧର୍ମେନ୍ଦ୍ର ପ୍ରଧନଙ୍କ ଘର ଆଗରେ ବିକ୍ଷୋଭ କଲେ ଶିକ୍ଷକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୈତୃକ ଘର ଆଗରେ ଆନ୍ଦୋଳନରେ ବସିଥିଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ । ଢେଙ୍କାନାଳ ଜିଲ୍ଲାରୁ…
ଖଣିରେ ଦୁର୍ଘଟଣା – ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରି କୋଇଲା ଖଣିରେ ଦୁର୍ଘଟଣା ଯୋଗୁଣ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା…
ଏସୟୁସିଆଇ କମ୍ୟୁନିଷ୍ଟର ଅନୁଗୁଳ ବନ୍ଦ ଡାକରା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ବଢିବାରେ ଲାଗିଛି । ଏହାକୁ ବିରୋଧ କରି ଶାସକ ବିଜେଡି ଦଳ ୧୨ ଘଣ୍ଟିଆ…