ମୁଖ୍ୟ ଖବର କଣ୍ଟେନର ଧକ୍କାରେ ଶିକ୍ଷକ ମୃତ Angul OnlineAugust 3, 2023August 3, 2023 ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡାର ଜଣେ ଶିକ୍ଷକ କୌଣସି କାର୍ଯ୍ୟରେ ପାଲଲହଡା ୪୯ ନମ୍ବର ଜାତୀୟ ରାଜପଥରେ କାଉଁସିରିପାଲି ପଟ ରାସ୍ତାରେ ନିଜ ସ୍କୁଟିରେ ଯାଉଥିବା ସମୟରେ ତାଙ୍କୁ ପଛରୁ ଏକ କଣ୍ଟେନର ଧକ୍କା ଦେବା ପରେ ଶିକ୍ଷକ ଜଣଙ୍କ ଗୁରୁତର ଅବସ୍ଥାରେ ସେଠାରେ ପଡି ରହିଥିଲେ । କିଛି ସମୟ ପରେ ଖବର ପାଇ ଅଗ୍ନିଶମ ବିଭାଗ ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ପାଲଲହଡା ଡାକ୍ତରଖାନାରେ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଶିକ୍ଷକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ବାମ ଗୋଡ ଭାଙ୍ଗି ଯାଇଥିଲା । ଡାକ୍ତରଙ୍କ ବହୁତ ଚେଷ୍ଟା ପରେ ଶିକ୍ଷକ ଜଣକଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଶିକ୍ଷକ ଜଣକ ତାଙ୍କ ଘର ବାଲିପସୀ ପଞ୍ଚାୟତ ଫୁଲଝରି ଗ୍ରାମର ହଉଛନ୍ତି ଜୟ ସିଂ ପୂର୍ତ୍ତି ( ୫୦) ହୋଇଥିବବେଳେ ଏବେ ପାଲଲହଡା ଉଦୟପୁର ସାହିରେ ଦୁଇ ବର୍ଷ ହେବ ରହି ଆସୁଥିଲେ ଓ ବାତିସୀମା ପଞ୍ଚାୟତ ରେଙ୍ଗାଳି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ପାଲଲହଡା ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଶିକ୍ଷକ ଜୟ ସିଂ ଙ୍କ ଦୁର୍ଘଟଣା ହୋଇ ଥିବା ସ୍କୁଟି ନମ୍ବର (ଓଡି ୩୫- ଏ-୨୩୯୩)କୁ ଉଦ୍ଧାର କରିଛନ୍ତି । ଶିକ୍ଷକଙ୍କ ପତ୍ନୀ ଓ ଦୁଇ ପୁଅ ଥିବା ଜଣା ପଡିଛି । ଶିକ୍ଷକ ଜୟ ସିଂ ପୂର୍ତ୍ତି ଜଣେ ଭଲ ଶିକ୍ଷକ ଓ ମେଳାପୀ ସ୍ୱାଭାବର ଲୋକ ଥିବା ହେତୁ ତାଙ୍କ ମୃତୁରେ ସମଗ୍ର ଅଞ୍ଚଳ ଶୋକର ଛାୟା ଖେଳି ଯାଇଛି । Advertisement
ଘରୋଇ ଡାକ୍ତରଖାନାର ଅବହେଳା ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଘରୋଇ ନର୍ସିଂହୋମର ଦାୟିତ୍ୱହୀନତା ଯୋଗୁଁ ଯାଆଁଳା ଶିଶୁ ଜନ୍ମ ପରେ…
ବଢି ପାଣି ଭିତରୁ ଉଦ୍ଧାର ହେଲା ହାତୀ ଛୁଆ ଅନୁଗୁଳ – ପାଣି ଭିତରୁ ହାତୀ ଛୁଆ ଉଦ୍ଧାର । ହାତୀ ପଲରୁ ଖସି ଆସିଥିବା ଏକ ହାତୀ ଛୁଆ ଡ୍ୟାମ ପାଣି ଭିତରେ ପଶି ଯାଇ…
ଗଞ୍ଜେଇ ପରେ ଅଫିମ ଚାଷ ପୁଲିସର ଚିନ୍ତା – ୨ ଏକର ଜମିରୁ ଅଫିମ ଗଛ ନଷ୍ଟ ପାଲଲହଡ଼ା – ଅନୁଗୁଳ ଜିଲ୍ଲାରେ ଗଞ୍ଜେଇ ଚାଷ ପରେ ଏବେ ଅଫିମ ଚାଷ ପୁଲିସର ଚିନ୍ତା ବଢାଇଛି । ଶୁକ୍ରବାର ଅନୁଗୁଳ ଜିଲ୍ଲା ଉପାନ୍ତ ଅଞ୍ଚଳ ଭାବେ…